32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବିଳମ୍ବରେ ଆସିବାରୁ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟିଲେ ପ୍ରଧାନଶିକ୍ଷୟିତ୍ରୀ: ଭିଡ଼ିଓ ଭାଇରାଲ

ବିଳମ୍ବରେ ଆସିବାରୁ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟିଲେ ପ୍ରଧାନଶିକ୍ଷୟିତ୍ରୀ: ଭିଡ଼ିଓ ଭାଇରାଲ

ଆଗ୍ରା: ସ୍କୁଲକୁ ବିଳମ୍ବରେ ଆସିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ନିସ୍ତୁକ ମାଡ଼ ମାରିବା ଏବଂ ଉଭୟ ପରସ୍ପର ସହ ହାତାହାତି ହେବା ଭଳି ଘଟଣା ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ୨ ଶିକ୍ଷୟିତ୍ରୀଙ୍କ ଏପ୍ରକାର ଅଭଦ୍ରୋଚିତ ଆଚରଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶର ଆଗ୍ରା ସହର ଉପକଣ୍ଠରେ ଥିବା ସେଗାନା ଗ୍ରାମର ଏକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ତେବେ ଏହି ସମୟରେ ସ୍କୁଲର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ଘଟଣାକୁ ଦେଖୁଥିଲେ ମଧ୍ୟ କେହି ସେମାନଙ୍କୁ ଛଡାଇବାକୁ ଚେଷ୍ଟା କରିନଥିଲେ । ଅନ୍ୟପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ଆହତ ହୋଇଥିବା ବେଳେ ସେ ପ୍ରଧାନଶିକ୍ଷୟିତ୍ରୀ ଏବଂ ତାଙ୍କ ଡ୍ରାଇଭର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଉତ୍ତରପ୍ରଦେଶର ଅନ୍ୟ ଏକ ସ୍କୁଲରେ ମଧ୍ୟ ସମାନ ଘଟଣା ଘଟିଥିଲା । ସ୍କୁଲ ଅଧ୍ୟକ୍ଷାଜଣକ ଫେସିଆଲ କରୁଥିବା ସମୟରେ ଜଣେ ଶିକ୍ଷୟିତ୍ରୀ ଭିଡିଓ କରିବା ଏବଂ ଏହାକୁ ନେଇ ସ୍କୁଲ ଅଧ୍ୟକ୍ଷା, ଶିକ୍ଷୟିତ୍ରୀଙ୍କୁ କାମୁଡିବା ଭଳି ଅଭାବନୀୟ ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking