30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରୋହିତ ଭେମୁଲା ମୃତ୍ୟୁ ମାମଲା; ତଦନ୍ତ ଜାରି ରଖିବ ତେଲେଙ୍ଗାନା ପୁଲିସ

ରୋହିତ ଭେମୁଲା ମୃତ୍ୟୁ ମାମଲା; ତଦନ୍ତ ଜାରି ରଖିବ ତେଲେଙ୍ଗାନା ପୁଲିସ

ହାଇଦ୍ରାବାଦ: ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ଭେମୁଲାଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିତଙ୍କ ପରିବାର ଲୋକେ ନ୍ୟାୟ ଦାବି କରି ପୁଣି ଆଗକୁ ଆସିଛନ୍ତି । ଅନ୍ୟପକ୍ଷେ ତେଲେଙ୍ଗାନା ପୁଲିସ୍ ଏହି ଘଟଣାର ସବିଶେଷ ତଥ୍ୟ ଓ ଯାଞ୍ଚ ରିପୋର୍ଟ ଦାଖଲ କରିସାରିଥିବା ସତ୍ତ୍ୱେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଦର୍ଶାଇଛି । ତେଲେଙ୍ଗାନା ପୁଲିସ୍ ଡିଜିପି ରବି ଗୁପ୍ତା କହିଛନ୍ତି, ମୃତକଙ୍କ ମା ଓ ଭାଇଙ୍କର କିଛି ଲୋକଙ୍କ ଉପରେ ସନ୍ଦେହ ରହିଛି । ତେଣୁ ତଦନ୍ତ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରଖାଯିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରକାଶ, ଏହି ମାମଲାର ଅନ୍ତିମ ଚାର୍ଜସିଟ୍ ନଭେମ୍ବର ୨୦୨୩ ତଦନ୍ତ ଆଧାରରେ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟକୁ ତଦନ୍ତ ଅଧିକାରୀଙ୍କ ଦ୍ୱାରା ୨୦୨୪ ମାର୍ଚ୍ଚ ୨୧ ତାରିଖରେ ଅଦାଲତକୁ ହସ୍ତାନ୍ତର କରାଯାଇଥିଲା । ନିଜ ରିପୋର୍ଟରେ ତେଲେଙ୍ଗାନା ପୁଲିସ୍ ଦର୍ଶାଇଛି ଯେ, ରୋହିତ୍ ଭେମୁଲା, ଦଳିତ ନଥିଲେ । ତେଣୁ ନିଜର ଅସଲ ପରିଚୟ ସାମ୍ନାକୁ ଆସିବା ଭୟରେ ସେ ଆତ୍ମହତ୍ୟା କରିଥିଲେ । ପ୍ରମାଣ ଅଭାବ ଦର୍ଶାଇ ତେଲେଙ୍ଗାନା ପୋଲିସ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇଥିଲେ । କିନ୍ତୁ ପୁଲିସ୍‌ର ଏହି ରିପୋର୍ଟକୁ ରୋହିତଙ୍କ ପରିବାର ବିରୋଧ କରିଛନ୍ତି । ରୋହିତଙ୍କ ଭାଇ ରାଜ ବେମୁଲା କହିଛନ୍ତି କି, ତାଙ୍କ ପରିବାର ଅନୁସୂଚିତ ଜାତିର କି ନୁହେଁ ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏପ୍ରକାର ଏକ ସମ୍ବେଦନଶୀଳ ମାମଲାରେ ପ୍ରଦେଶ କଂଗ୍ରେସ ସରକାର ରାଜନୀତିକରଣ କରୁଥିବା ଅଭିଯୋଗ କରିଛନ୍ତି । କଂଗ୍ରେସ ନିଜ ପ୍ରକୃତି କେବେ ବି ବଦଳାଇପାରିବନି ବୋଲି ସୀତାରମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking