32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକୁନୋ ଜାତୀୟ ଉଦ୍ୟାନରୁ ‘ଚିତା’ ଫେରାର; କିଛି ସମୟ ପାଇଁ ଆତଙ୍କରେ ରାଜସ୍ଥାନର ସିମାରା ଗ୍ରାମବାସୀ

କୁନୋ ଜାତୀୟ ଉଦ୍ୟାନରୁ ‘ଚିତା’ ଫେରାର; କିଛି ସମୟ ପାଇଁ ଆତଙ୍କରେ ରାଜସ୍ଥାନର ସିମାରା ଗ୍ରାମବାସୀ

ଜୟପୁର: ମଧ୍ୟପ୍ରଦେଶ ଶିବପୁରି ଜିଲ୍ଲା ସ୍ଥିତ ପ୍ରସିଦ୍ଧ କୁନୋ ଜାତୀୟ ଉଦ୍ୟାନରୁ ଏକ ଆଫ୍ରିକୀୟ ଅଣ୍ଡିରା ଚିତାବାଘ କୌଣସିମତେ ବାହାରି ରାଜସ୍ଥାନର ସିମାରା ଗ୍ରାମକୁ ଚାଲିଆସିବା ଏବଂ ଚିତାକୁ ଦେଖି ବେଶ୍ କିଛି ସମୟ ପାଇଁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିବା ଭଳି ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରକାଶ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସ୍ଥିତ ଏହି କୁନୋ ଜାତୀୟ ଉଦ୍ୟାନ ଠାରୁ ୫୦କିମି ଦୂରରେ (ଭାୟା ଶେଓପୁର ଏବଂ ସବଲଗଡ଼ ଦେଇ) ରାଜସ୍ଥାନର ସିମାରା ଅଞ୍ଚଳ ଅବସ୍ଥିତ । ଏତଦ୍‌ବ୍ୟତୀତ ଏହି ଦୁଇ ସହର ମଧ୍ୟ ଚମ୍ବଲ ନଦୀ ଏବଂ ସିମାରା ଗ୍ରାମକୁ ଲାଗି ରହିଛି ।
ରାଜସ୍ଥାନର କରୌଲି ଜିଲ୍ଲାର କରନପୁର ଅଞ୍ଚଳର ସିମାରା ଗାଁରେ ଏକ ଚିତା’ ପଶିଥିବା ନେଇ ଶନିବାର ସକାଳେ କରୌଲୀ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ଫଳରେ ବନ ବିଭାଗ ଟିମ୍ ଓ ପୁଲିସ ଟିମ୍ ମିଳିତ ଭାବେ ସିମାରା ଗାଁରେ ପହଞ୍ଚି ଚିତା’କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଚିତାକୁ କାବୁ କରିନିଆଯାଇଥିବା ଏବଂ ତା’କୁ ପୁନର୍ବାର କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଅଣାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ଉଭୟ ରାଜ୍ୟର ବନ୍ୟ ବିଭାଗ ପକ୍ଷରୁ ମିଳିତ ଅପରେସନ୍ ଯୋଗେ ଚିତାକୁ କାବୁ କରାଯାଇଥିବା କୁହାଯାଇଛି । ପ୍ରକାଶ, ଏହି ଚିତାକୁ ଦୁଇ ବର୍ଷ ତଳେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଅଣାଯାଇଥିଲା । ତେବେ ଏପ୍ରକାର ଘଟଣା ପ୍ରଥମ ଥର ପାଇଁ କୁନୋ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି ତାହା ନୁହେଁ । ଏହାପୂର୍ବରୁ ଅର୍ଥାତ୍ ୪ ମାସ ପୂର୍ବେ ମଧ୍ୟ କୁନୋ ଜାତୀୟ ଉଦ୍ୟାନରୁ ଏକ ଚିତା ବାହାରିଯାଇ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ମଧ୍ୟବର୍ତ୍ତୀ ଅଞ୍ଚଳ ବରନ୍ ଜିଲ୍ଲାର ଏକ ଜଙ୍ଗଲରେ ବୁଲୁଥିବାର ଜଣାପଡିଥିଲା । ପରେ କୁନୋ ବନ୍ୟ ଅଧିକାରୀଙ୍କ ଏକ ଟିମ୍ ବରନ୍ ଜଙ୍ଗଲ୍‌ରେ ପହଞ୍ôଚ ଚିତାକୁ ଠାବ କରିଥିଲା ଏବଂ ଟ୍ରାଙ୍କୁଲାଇଜ୍ କରି ପୁନର୍ବାର ଉଦ୍ୟାନକୁ ଫେରାଇ ଆଣିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking