32.1 C
Bhubaneswar
Saturday, May 18, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଘରେ କେହି ନଥିବା ବେଳେ ଘରେ ପଶି ନାବାଳିକାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧାମକ ଦେଇ ଚାଲି ଗଲା ପରେ ଉକ୍ତ ଘଟଣରେ ନାବାଳିକା ଦୁଃଖିତ ଓ ଲଜ୍ଜିତ ହୋଇ ଆତ୍ମହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲର କ୍ରିଷ୍ଣ ପ୍ରଧାନ ଓରଫ ଦୀପକ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର ସିଟି ସନିଟାରୀ ଗଳିରେ ଭଡା ସୂତ୍ରରେ ରୁହନ୍ତି । ଗତ ୨ ତାରିଖ ରାତିରେ ସେ ଘରେ ଅନୁପସ୍ଥିତ ଥିବା ବେଳେ ଉକ୍ତ ଅଭିଯୁକ୍ତ ଜଣକ ତାଙ୍କ ଘରକୁ ଯାଇ ନାବାଳିକା ଝିଅକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇଯାଇଥିଲେ ।

ଏବଂ ତାଙ୍କୁ ଭୟଭୀତ କରି ତାଙ୍କ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ଲାଗି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାରେ ଗଭୀର ଭାବେ ମର୍ମାହତ ହୋଇ ନାବାଳିକା କନ୍ୟା ଜଣକ ପରଦିନ ସକାଳେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ।ପରିବାର ସଦସ୍ୟ ଏବଂ ପାଖ ପଡୋଶୀ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅଭିଯୋଗକାରିଣୀ ଜଣକ କର୍ମସ୍ଥଳରେ ଥିବା ବେଳେ ଝିଅ ଆତ୍ମହତ୍ୟା କରିଥିବା ନେଇ ସୂଚନା ପାଇଥିଲେ ।ପରେ ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking