28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏହି ମାସରୁ ଟିଭି ଦେଖା ହେବ ମହଙ୍ଗା, ଜାଣନ୍ତୁ କେତେ ?

ଏହି ମାସରୁ ଟିଭି ଦେଖା ହେବ ମହଙ୍ଗା, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ କିଛି ଟିଭି ଚ୍ୟାନେଲ ନିଜର ରେଟ ବଢାଇ ଦେଉଛନ୍ତି। ଯେଉଁଥି ପାଇଁ ଦର୍ଶକ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ ବଢାଇ ଦେଉଛନ୍ତି। ଯେଉଁଥି ପାଇଁ ଟିଭି ଦର୍ଶକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ।

ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ ନୂଆ ଟାରିଫ୍ ଅର୍ଡର ଲାଗୁ କରିବା ଯୋଗୁଁ ଏହି ଦାମ୍ ବଢିବାକୁ ଯାଉଛି। ଷ୍ଟାର ପ୍ଲସ୍, କଲର୍ସ, ଜୀ ଟିଭି, ସୋନି ଏବଂ କିଛି ଲୋକପ୍ରିୟ ଆଞ୍ଚଳିକ ଚ୍ୟାନେଲକୁ ଦେଖିବା ପାଇଁ ଦେଲେ ଏଣିକି ଦର୍ଶକଙ୍କୁ ୩୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ପୈଠ କରିବାକୁ ହେବ। ନୂଆ ଦାମ ଅନୁସାରେ ଯଦି କୌଣସି ଦର୍ଶକ ଷ୍ଟାର୍ ଓ ଡିଜନୀ ଇଣ୍ଡିଆର ଚ୍ୟାନେଲ୍ ଦେଖିବାକୁ ଚାହିଁବ ତେବେ ପ୍ରତି ମାସରେ ୪୯ ଟଙ୍କା ବଦଳରେ ୬୯ ଟଙ୍କା ଖର୍ଚ୍ଚ କରିବାକୁ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking