26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଝିଅକୁ ଦୁଷ୍କର୍ମ କରୁଥିଲା ସାବତ ବାପା; ସାଥ୍ ଦେଉଥିଲା ମା’

ଝିଅକୁ ଦୁଷ୍କର୍ମ କରୁଥିଲା ସାବତ ବାପା; ସାଥ୍ ଦେଉଥିଲା ମା’

ନୂଆଦିଲ୍ଲୀ: ଜିଆବାଦରେ ଲଜ୍ଜା । ଜନ୍ମକଲା ମା’ ନିଜ ୧୧ବର୍ଷର ଝିଅକୁ ସାବତ ବାପା ଦ୍ୱାରା ବାରମ୍ବାର ଦୁଷ୍କର୍ମ କରାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ଲୁଚାଇ ରଖିବା ପାଇଁ ସେ ଝିଅକୁ ନିର୍ଯାତନା ବି ଦେଉଥିଲେ । ଝିଅଟିର ୧୪ବର୍ଷୀୟ ଭାଇକୁ ବି ସାବତ ବାପା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଉଭୟ ମା’ ଓ ସାବତ ବାପାଙ୍କୁ ଗିରଫ କରିଛି । ଅତ୍ୟାଚାର ସହି ନପାରି ନାବାଳିକା ଘର ଛାଡି ପଳାଇଥିଲେ । ଦିଲ୍ଲୀ ରାସ୍ତାରେ ବୁଲୁଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ । ନାବାଳିକାଙ୍କ ଡାକ୍ତରୀ ପରୀକ୍ଷଣରୁ ଜଣାପଡିଛି ଯେ ତାଙ୍କୁ ଏକାଧିକ ବାର ଦୁଷ୍କର୍ମ କରାଯାଇଛି । ଝିଅଟିର ବାପା କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ ବୋଲି ସେ ପୋଲିସକୁ କହିଥିଲା । ତାଙ୍କ ମାଆ ଏବଂ ଦୁଇ ଭାଇ ନିଜ ଗାଁକୁ ଯାଇଥିଲେ । କିନ୍ତୁ କିଛି ଦିନ ପରେ ମା’, ଝିଅ ଏବଂ ପୁଅ ଗାଜିଆବାଦକୁ ଫେରିଗଲେ । ଏହାପରେ ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରି ତାଙ୍କ ସହ ରହିବାକୁ ଲାଗିଲେ ।

ସେହି ବ୍ୟକ୍ତିଜଣକ ତାଙ୍କ ମା’କୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବା ସହ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ନାବାଳିକାର ଭାଇକୁ ବି ଛାଡିନଥିଲା । ୧୪ବର୍ଷୀୟ ନାବାଳକକୁ ମଧ୍ୟ ଅସଦାଚଣ କରିଥିବା ଜଣାପଡିଛି । ଏନେଇ ସେମାନେ ମା’ଙ୍କୁ ଜଣାଇବା ପରେ ସେ ତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟର କଥା, ଯଦି ସେ ଏକଥା ବାହାରେ ପ୍ରକାଶ କରେ ତେବେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମା’ । ଏଥିରେ ଭୟଭୀତ ହୋଇ ଝିଅଟି ଗାଜିଆବାଦ ଘର ଛାଡି ଦିଲ୍ଲୀ ପଳାଇଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ଏକ ନିର୍ଜନ ରାସ୍ତାରୁ ଉଦ୍ଧାର କରିଥିଲା । ଏନେଇ ଏପ୍ରିଲ ୯ରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିବା ପରେ ମାମଲା ଲୋନି ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ପୀଡିତାଙ୍କ ମା ଏବଂ ସାବତ ପିତାଙ୍କୁ ଗିରଫ କରାଯାଇଥିଲା । ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ପୀଡିତାଙ୍କୁ ଦିଲ୍ଲୀର ଏକ ଶିଶୁ ଗୃହକୁ ପଠାଯାଇଛି ବୋଲି ଏସିପି ଭାସ୍କର ବର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking