29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦେଢ଼ବର୍ଷର ଛୁଆ ସାମ୍ନାରେ ମା’ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଦେଢ଼ବର୍ଷର ଛୁଆ ସାମ୍ନାରେ ମା’ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ରାଜସ୍ଥାନର ଡୁଙ୍ଗରପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଦେଢ଼ବର୍ଷର ଛୁଆ ସାମ୍ନାରେ ମା’କୁ ଦୁଇଜଣଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ, ‘ମୁଁ , ମୋ ସ୍ତ୍ରୀ ଓ ଦେଢ଼ବର୍ଷ ଝିଅକୁ ନେଇ ଡୁଙ୍ଗରପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଗାର୍ଡ ରୁମ୍‌ରେ ଦୀର୍ଘ ୬ବର୍ଷ ହେବ ରହିଆସୁଛି । ଗତ ବୁଧବାର ରାତିରେ କାମରେ ବ୍ୟସ୍ତ ଥିବାରୁ ଘରକୁ ଫେରି ପାରି ନଥିଲି । ଏଭଳି ସମୟରେ ଦୁଇଜଣଯୁବକ ବାଇକ୍‌ରେ ଆସି ଘରେ ପହଞ୍ଚିଥିଲେ । ସ୍ତ୍ରୀ ତାଙ୍କୁ ଦେଖି କବାଟ ଖୋଲିବା ପରେ ସେମାନେ କହିଥିଲେ କି ମୁଁ ତାଙ୍କୁ ଘରକୁ ପଠାଇଛି ।

ସ୍ତ୍ରୀ ସେମାନଙ୍କ କଥାକୁ ବିଶ୍ୱାସ କରି ଦୁଇଜଣ ଅଜଣା ଯୁବକଙ୍କୁ ଘରକୁ ଡାକି ନେଇଥିଲେ । ଏହାପରେ ସେମାନେ ସ୍ତ୍ରୀ କୋଳରୁ ଛୁଆକୁ ଟାଣି ନେଇ ଗଣଦୁଷ୍କର୍ମ କରିଥିଲେ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଦୁଇଜଣଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । କାମ ସାରି ମୁଁ ଘରକୁ ଫେରିବା ପରେ ସ୍ତ୍ରୀଙ୍କ ଠାରୁ ସବୁକଥା ଜାଣିବା ପରେ ମୋର ପାଦତଳୁ ମାଟି ଖସି ଯାଇଥିଲା । କ’ଣ କରିବି କିଛି ବୁଝି ପାରି ନଥିଲି । ସ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ପୁଲିସରେ ଏହି ଘଟଣାର ଅଭିଯୋଗ କରିଛି ।’ ପୀଡ଼ିତା ସ୍ୱାମୀଙ୍କ ଅଭି?ଯୋଗକୁ କେନ୍ଦ୍ର କରି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସିସିଟିଭି ଯାଞ୍ଚ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତଦ୍ୱୟଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking