31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଆଜି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା ଉପରେ ଶୁଣାଣି ହୋଇଥିଲା । କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ୨୫ ହଜାରରୁ ଅଧିକ ଶିକ୍ଷକ-ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେମାନଙ୍କୁ ତାଙ୍କର ଦରମା ଫେରାଇବାକୁ ମଧ୍ୟ ଆଦେଶ ଦେଇଥିଲେ। ତେବେ ଏହା ଉପରେ ଆଜି ସୁପ୍ରିମକୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ସ୍କୁଲ ସେବା ଆୟୋଗ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି ହୋଇଛି। କୋର୍ଟ କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଏହି ଘଟଣାର ତଦନ୍ତ ଜାରି ରଖିବ କିନ୍ତୁ ପ୍ରାର୍ଥୀ କିମ୍ବା ଅଧିକାରୀଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ନ୍ୟାୟ ହିତରେ ଶୀଘ୍ର ନିଷ୍ପତ୍ତି ହେବ। ଅନ୍ତରୀଣ ସୁରକ୍ଷା ଜାରି କରି କୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କ ବେଆଇନ୍‌ ରୂପେ ନିଯୁକ୍ତ ହୋଇଥିବା ଧରାପଡେ ତେବେ ତାଙ୍କୁ ତାଙ୍କ ଦରମା ଫେରାଇବାକୁ ପଡିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାଲାଇ ୧୬ ତାରିଖରେ ହେବ। ଏହି ରାୟ ଶୁଣାଇବା ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ମମତା ବାନାର୍ଜୀ ସରକାରଙ୍କୁ କଠୋର ପ୍ରଶ୍ନ ପଚାରିଥିଲେ। ଚୟନ ପ୍ରକ୍ରିୟାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ କାହିଁକି ଅତିରିକ୍ତ ପଦବୀ ସୃଷ୍ଟି କରି ୱେଟିଂ ଲିଷ୍ଟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଲେ ବୋଲି ପ୍ରଧାନ ବିଚାରପତି ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଥିଲେ।

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking