29.1 C
Bhubaneswar
Saturday, July 27, 2024
Homeଖେଳଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍‌; କ୍ୱାର୍ଟର୍‌ରେ ଗ୍ରୀନ୍ସ କ୍ରିକେଟ୍ ଆସୋସିଏସନ୍‌

ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍‌; କ୍ୱାର୍ଟର୍‌ରେ ଗ୍ରୀନ୍ସ କ୍ରିକେଟ୍ ଆସୋସିଏସନ୍‌

ଭୁବନେଶ୍ୱର: ଗ୍ରୀନ୍ସ କ୍ରିକେଟ୍ ଆସୋସିଏସନ୍ ସ୍ଥାନୀୟ ପାରାମାଉଣ୍ଟ୍ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଅରବିନ୍ଦ ସ୍ମାରକୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି । ମଙ୍ଗଳବାର ପାରାମାଉଣ୍ଟ୍ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଗ୍ରୀନ୍ସ ୧୦ ୱିକେଟ୍‌ରେ କ୍ୟାବ୍‌କୁ ହରାଇ ଦେଇଛି । ଟସ୍ ଜିତି ଫିଲ୍ଡିଂ ନେଇଥିବା ଗ୍ରୀନ୍ସ ମାତ୍ର ୯.୩ ଓଭର୍‌ରେ କ୍ୟାବ୍‌କୁ ୩୩ ଅଲ୍‌ଆଉଟ୍ କରିଥିଲା । ଟିମ୍ ପକ୍ଷରୁ ଦେବୀ ପ୍ରସାଦ ରାଉତ ୫, ଅଭିଷେକ ମହାନ୍ତି ୨, ଓମ୍‌ପ୍ରକାଶ ସାହୁ୨ ଓ ଦୀପ୍ତାଂଶୁ ଦାଶ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଏହାପରେ ଓମ୍‌କାର ତ୍ରିପାଠୀ ଓ ସ୍ୱସ୍ତିକ ନାଥ କୌଣସି ୱିକେଟ୍‌ର ପତନ ଘଟିବାକୁ ନଦେଇ ୩.୨ ଓଭର୍‌ରେ ଟିମ୍‌କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଦେବୀ ପ୍ରସାଦ ରାଉତଙ୍କୁ ମ୍ୟାଚ୍ ଅଫ୍ ଦ ଟ୍ରଫି ପ୍ରଦାନ କରାଯାଇଥିଲା । ଗ୍ରୀନ୍ସ କ୍ରିକେଟ୍ ଆସୋସିଏସନ୍ କ୍ୱାର୍ଟର ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂକୁ ଆସନ୍ତା ୧୮ ତାରିଖରେ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking