31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହରିୟାଣାରେ ବିଜେପି ସରକାରଙ୍କୁ ଝଟ୍‌କା, କଂଗ୍ରେସ ସମର୍ଥନରେ ୩ ବିଧାୟକ

ହରିୟାଣାରେ ବିଜେପି ସରକାରଙ୍କୁ ଝଟ୍‌କା, କଂଗ୍ରେସ ସମର୍ଥନରେ ୩ ବିଧାୟକ

ଗୁରୁଗ୍ରାମ: ହରିୟାଣାରେ ନୟାବ ସିଂହ ସାଇନି ସରକାର ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ସରକାରକୁ ସମର୍ଥନ ଦେଉଥିବା ସ୍ୱାଧୀନ ବିଧାୟକମାନେ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହା ଫଳରେ ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି । ଏହି ତିନି ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲାନ ଏବଂ ଧର୍ମପାଲ ଗୋଣ୍ଡାର ।

ପୁଣି ଏହି ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ନିର୍ବାଚନ ସମୟରେ କଂଗ୍ରେସକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି । ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ କହିଛନ୍ତି ଯେ ହରିୟାଣା ବିଧାନସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୮୮ ରହିଛି । ବିଜେପିରେ ୪୦ ଜଣ ସଦସ୍ୟ ଅଛନ୍ତି । ପୂର୍ବରୁ ବିଜେପି ସରକାରକୁ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ଏବେ ଜେଜେପି ଓ ସ୍ୱାଧୀନ ବିଧାୟକ ଦଳ ଛାଡୁଛନ୍ତି । ଏଭଳି ସ୍ଥିତିରେ ସାଇନି ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଏବଂ ତାଙ୍କ ପାଖରେ ଗୋଟିଏ ମିନିଟ୍ ପାଇଁ ବି ସରକାରରେ ରହିବାର ଅଧିକାର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking