37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି

ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି

ରାୟପୁର: ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିରୋଧୀ ଅଭିଯାନ । କିଛି ଦିନର ଅନ୍ତର ପରେ ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବା ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଡିଆରଜି ଓ କୋବ୍ରା ଯବାନ ପ୍ରାୟ ୨ରୁ ୩ ଥର ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ବାଟାଲିୟନ ନଂ-୧ରେ ଏହି ଏନକାଉଣ୍ଟର ଜାରି ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ସୁକମାର ରାୟଗୁଡ଼ମ ଅଞ୍ଚଳରେ ଡିଆରଜି ଓ କୋବ୍ରା ଯବାନ ଅପରେସନ ପାଇଁ ବାହାରିଥିଲେ । ପୂର୍ବରୁ ସେଠାରେ ଛକି ବସିଥିବା ନକ୍ସଲମାନ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାର କଡ଼ା ଜବାବ ଦେଇଥିଲେ ଯବାନ । ସକାଳୁ ପ୍ରାୟ ୨ରୁ ୩ ଥର କିଛି ସମୟ ବ୍ୟବଧାନରେ ଯବାନ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ଏବେ ବି ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ନିକଟରେ କାଙ୍କେର ନାରାୟଣପୁର ସୀମାରେ ଏକ ଏନକାଉଣ୍ଟର ହୋଇଥିଲା । ଆବୁଝମାଡ ଅଞ୍ଚଳର ଟେକମେଟା ଏବଂ କାକୁର ଗ୍ରାମରେ ପ୍ରାୟ ୯ ଘଣ୍ଟା ପାଇଁ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରାଯାଇଥିଲା । ଯେଉଁଥିରେ ୩ଜଣ ମହିଳା ନକ୍ସଲ ଏବଂ ୭ ପୁରୁଷ ନକ୍ସଲ ଅଛନ୍ତି । ଏହାପୂର୍ବରୁ ଏପ୍ରିଲ ୧୬ରେ ଯବାନମାନେ କାଙ୍କେର ଛୋଟାବେଠିଆରେ ୨୯ ଜଣ ନକ୍ସଲ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking