37.1 C
Bhubaneswar
Saturday, May 18, 2024
Homeଓଡିଶାପ୍ରକାଶ ପାଇଲା କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ପ୍ରକାଶ ପାଇଲା କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ମୁକୁଲ ୱାସନିକ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ନିର୍ବାଚନ ସମୟରେ ଷ୍ଟାରପ୍ରଚାରକ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ପାଇଁ ଭୋଟର ମାନଙ୍କୁ ନିବେଦନ କରିବେ । ଏହି ତାଲିକାରେ ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ସିିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଦୀ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଅଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ଏଆଇସିସି ସାଧାରଣ ସଂପାଦକ ସଚିନ ପାଇଲଟ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟି ବିକ୍ରମାର୍କାଙ୍କ ସମେତ ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ହର୍ଷବର୍ଦ୍ଧନ ସପକଲ, ଗିରିଧର ଗମାଙ୍ଗ, କିଶେର ପଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଭକ୍ତଚରଣ ଦାସ, ସୁଶିଳା ତିରିଆ, ଶ୍ରୀକାନ୍ତ ଜେନା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, କାୱାସି ଲକ୍ଷ୍ମା, ମୋହନ ମାର୍କମ, ଲକ୍ଷେଶ୍ୱର ବଘେଲ, ସଂଦୀପ ସାହୁ, ଦନସରି ଅନସୂୟା (ସିଥ୍‌କା), ଶିବାନନ୍ଦ ରାୟ, ଡ. ବିଶ୍ୱରଞ୍ଜନ ମହାନ୍ତି, ମିନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ଜୟରାମ ପାଙ୍ଗି, ଖ୍ରିଷ୍ଟଫର ତିଳକ, ସାହନୱାଜ ଚୌଧୁରୀ ପ୍ରମୁଖ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking