37.1 C
Bhubaneswar
Saturday, May 18, 2024
Homeଓଡିଶା୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି ।

କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ପାଣିପାଗ ତାତି କମିବ । ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୯ରୁ ୧୫ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ । ତାପମାତ୍ରା ବିଚ୍ୟୁତି (ସ୍ୱାଭାବିକ ଠାରୁ ତାପମାତ୍ରା ବ୍ୟବଧାନ) କମ ରହିବାର ସମ୍ଭାବନା ଥିବାରୁ, ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ତାତି ଅନୁକୂଳ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking