37.1 C
Bhubaneswar
Friday, May 17, 2024
Homeଓଡିଶାଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଅର୍ଦ୍ଧଦଗ୍ଧ

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଅର୍ଦ୍ଧଦଗ୍ଧ

କେନ୍ଦୁଝର: କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବାରୁ ୧୦ଜଣ ଶ୍ରମିକ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯାଇଥିଲା । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୧୦ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଗୁରୁତର ଆହତ ହୋଇଥିବା ୪ଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ । କେତେଜଣ ଶ୍ରମିକ ପ୍ଲାଣ୍ଟରେ କାମକରୁଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking