37.1 C
Bhubaneswar
Friday, May 17, 2024
Homeଓଡିଶାଅଂଶୁଘାତରେ ଗଲା ଆଉ ଏକ ଜୀବନ

ଅଂଶୁଘାତରେ ଗଲା ଆଉ ଏକ ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗାନ୍ଧିନଗରରେ ଘଟିଛି ଅଘଟଣ । ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥି‍ବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ହେଉଛି ଆଶିଷ ବନଛୋର ଆଶିଷ ବନଛୋର ଏନଏସିରେ ସଫେଇ କାମ କରନ୍ତି। ଗତକାଲି ପ୍ରଚଣ୍ଡ ରୌଦ୍ରତାପରେ ସେ ଏନଏସିରେ ସଫେଇ କାମସାରି ଘରକୁ ଫେରିଥିଲେ। ହେଲେ ଆଶିଷ ଘରେ ପହଞ୍ଚି ଅସୁସ୍ଥ ହୋଇଯାଇଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ବିଳମ୍ବିତ ରାତିରେ ବିନିକାଙ୍କୁ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଶିଷଙ୍କ ବାପା ଅଂଶୁଘାତରେ ପୁଅର ମୃତ୍ୟୁ ହୋଥିବା ନେଇ ଥାନାରେ ଲଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking