27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବଜ୍ରାଘାତରେ ଚାଲିଗଲାଲା ୧୧ ଜୀବନ

ବଜ୍ରାଘାତରେ ଚାଲିଗଲାଲା ୧୧ ଜୀବନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମାଲଦାରେ ତାଣ୍ଡବ ରଚିଛି ବଜ୍ରପାତ। ପ୍ରବଳ ଝଡ଼ତୋଫାନ ସହ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ଘଟି ୧୧ ଜଣଙ୍କ ଜୀବନ ଚାଲିଯାଇଛି। ସେମାନଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । ଗତକାଲି ଅପରାହ୍ନରେ ଆମ୍ବ ତୋଳିବାକୁ ଯାଇଥିବାବେଳେ ପୁରୁଣା ମାଲାଦା ସାହାପୁରରେ ୩ ଜଣ, ଅଦିନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇଂରେଜ ବଜାରସ୍ଥିତ ବୁଦ୍ଧିଆରେ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି। ଏଭଳି ଭାବେ ସମୁଦାୟ ୧୧ ଜଣଙ୍କ ବଜ୍ରପାତରେ ପ୍ରାଣହାନୀ ହୋଇଛି। ବଜ୍ରପାତରେ ଆହୁରି ବହୁ ଲୋକ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking