31.1 C
Bhubaneswar
Sunday, May 19, 2024
Homeବଲିଉଡଦର୍ଶକଙ୍କ ମନ ଜିତୁଛି ପୁଷ୍ପା ୨: ଦି ରୁଲ ଫିଲ୍ମର 'ପୁଷ୍ପା ପୁଷ୍ପା' ଗୀତ...

ଦର୍ଶକଙ୍କ ମନ ଜିତୁଛି ପୁଷ୍ପା ୨: ଦି ରୁଲ ଫିଲ୍ମର ‘ପୁଷ୍ପା ପୁଷ୍ପା’ ଗୀତ…

ମୁମ୍ବାଇ : ପ୍ରତିବର୍ଷ ମେ ୧ ତାରିଖ ସର୍ବଭାରତୀୟ ସ୍ତରରେ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବରେ ପାଳନ କରାଯାଏ, ଏବଂ ଚଳିତ ବର୍ଷ ପୁଷ୍ପା ୨: ନିର୍ମାତା ଚଳଚ୍ଚିତ୍ର ‘ପୁଷ୍ପା ପୁଷ୍ପା’ ଚଳଚ୍ଚିତ୍ରର ପ୍ରଥମ ସିଙ୍ଗଲ୍ ରିଲିଜ୍ କରି ଦିନଟିକୁ ପାଳନ କରିବାର ଆଉ ଏକ କାରଣ ଯୋଡ଼ିଥିଲେ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨: ଦି ରୁଲ କୁ ନେଇ ଦର୍ଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ଆଉ ଏହ ଚଳଚ୍ଚିତ୍ର ବିଷୟରେ ଅନେକ କଥା ଜାଣିବାକୁ ଇଛୁକ ଅଛନ୍ତି । ତେବେ ନିକଟରେ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ପୁଷ୍ପା-ପୁଷ୍ପା ରିଲିଜ ହୋଇଛି । ଆଉ ଏହି ଗୀତ ସାମାଜିକ ଗଣ ମାଧ୍ୟମରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ମାତ୍ର କିଛି ଦିନରେ ଏହି ଗୀତ ୬ ଟି ଭାଷାରେ ରିଲିଜ ହୋଇଥିବା ବେଳେ ବର୍ତମାନ ଏହା ୫୦ ମିଲିୟନ ଭ୍ୟୁଜ ଅତିକ୍ରମ କରି ଇତିହାସ ରଚିଛି । ଏହାସହିତ ମେ ୧ ରେ ରିଲିଜ ହୋଇଥିବା ଏହି ଗୀତରେ ଏପର୍ଯ୍ୟନ୍ତ ହଜାର ହଜାର ରିଲ୍ସ ପ୍ରସ୍ତୁତ ହୋଇସାରିଲାଣି । ତେବେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ପୁଷ୍ପା ୨ ପରଦାକୁ ଆସିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking