31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଖାଇବାକୁ ଦେଇପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ହାଣି ମାରିଦେଲା

ଖାଇବାକୁ ଦେଇପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ହାଣି ମାରିଦେଲା

ଇସ୍‌ଳାମ୍‌ବାଦ୍‌: ଆର୍ôଥକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଲୋକେ ଖାଦ୍ୟ ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି । ଦରଦାମ ବି ଆକାଶ ଛୁଆଁ । ଏହାରି ଭିତରେ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଖାଇବାକୁ ଦେଇ ପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି ନୃଶଂସ ବାପା । । ଏଭଳି ଅମାନବୀୟ ଓ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ । ୮ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ସାଜ୍ଜାଦ ଖୋଖର ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା । ଆର୍ôଥକ ଅବସ୍ଥା ଶୋଚନୀୟ ହେତୁ ସେ ମାନସିକସ୍ତରରେ ବିଚଳିତ ହୋଇପଡିଥିଲା ।

ଏଥିପାଇଁ ଅନେକ ସମୟରେ ପତ୍ନୀ କୌସରଙ୍କ ସହ ଝଗଡା ହେଉଥିଲା । ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ସ୍ତ୍ରୀ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ସ୍ତ୍ରୀ ଓ ୭ପିଲାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି । ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି । ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ପଚରାଉଚରା କରିଥିଲା । ସେତେବେଳେ ସେ ସବୁ କଥା ସ୍ୱୀକାର କରିଥିଲା । ସେ ପିଲାମାନଙ୍କୁ ଆଉ ଆଉ ଖାଇବାକୁ ଦେଇପାରୁ ନ ଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା କହିଥିଲା । ଏହି ଘଟଣା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦଃଖ ପ୍ରକାଶ କରିବା ସହ ଇନ୍ସପେକ୍ଟର ଜେନେରାଲଙ୍କଠାରୁ ରିପୋର୍ଟ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking