ନୂଆଦିଲ୍ଲୀ : ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନର ପ୍ରଥମ କ୍ରୁଡ୍ ଫ୍ଲାଇଟ୍ ଉତକ୍ଷେପଣ ମଙ୍ଗଳବାର ଦିନ ବୈଷୟିକ ତ୍ରୁଟି ହେତୁ ଲିଫ୍ଟ ଅଫ୍ ହେବାର କିଛି ଘଣ୍ଟା ପୂର୍ବରୁ ରଦ୍ଦ କରାଯାଇଛି। ମହାକାଶଯାନରେ ଥିବା ତୃତୀୟ ଥର ସ୍ପେସ୍ ମିଶନରେ ସୁନୀତା ୱିଲିୟମ୍ସଙ୍କ ସହ ଜ୍ୟୋତିର୍ବିଜ୍ଞାନ ବଚ୍ ୱିଲମୋର ଯୋଗଦେବାକୁ ସ୍ଥିର ହୋଇଥିଲା। ଲାଇଭ୍ ନାସା ୱେବକାଷ୍ଟ ସମୟରେ ଏହି ବିଳମ୍ବ ପ୍ରକାଶ ପାଇଲା ଏବଂ ରକେଟର ଦ୍ୱିତୀୟ ପର୍ଯ୍ୟାୟରେ ଏକ ଭଲଭ୍ ସହିତ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ବର୍ତମାନ ଲଞ୍ଚ ପାଇଁ କୌଣସି ନୂତନ ତାରିଖ ଘୋଷଣା କରାଯାଇ ନାହିଁ। ସୂଚନା ଅନୁସାରେ, ଆଜି ତଥା ମେ ୭ରେ ଭାରତୀୟ ସମୟ ସକାଳ ୮ଟା ୪ ମିନିଟରେ କେନେଡ଼ି ସ୍ପେଶ୍ ସେଣ୍ଟରରୁ ସୁନୀତା ୱିଲିୟମ୍ସ ମହାକାଶକୁ ତୃତୀୟ ଥର ପାଇଁ ଯାତ୍ରା କରିଥାନ୍ତେ । ବଚ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିବାକୁ ଯାଇଥାନ୍ତେ। କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ଯାନରେ ତ୍ରୁଟି ଦେଖାଯିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏନେଇ ନାସା ପକ୍ଷରୁ ଏକ ଏକ୍ସ ପୋଷ୍ଟରେ କୁହାଯାଇଛି ଯେ, ପରବର୍ତ୍ତୀ ଉଡ଼ାଣ କେବେ ହେବ, ସେନେଇ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ।