26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶରେଜଲ୍ଟ ବାହାରିବାର କିଛି ଘଣ୍ଟାରେ ଜୀବନ ହାରିଲେ ୭ ଛାତ୍ରଛାତ୍ରୀ

ରେଜଲ୍ଟ ବାହାରିବାର କିଛି ଘଣ୍ଟାରେ ଜୀବନ ହାରିଲେ ୭ ଛାତ୍ରଛାତ୍ରୀ

ତେଲେଙ୍ଗାନା : ରେଜଲ୍ଟ ବାହାରିବାର କିଛି ଘଣ୍ଟା ମଧ୍ୟରେ ୭ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ଦୁଇଜଣ ଝିଅଙ୍କ ସମେତ ମୋଟ୍ ୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାରେ । ତେଲେଙ୍ଗାନା ରାଜ୍ୟ ବୋର୍ଡ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ୨୦୨୪ ଫଳାଫଳ ଘୋଷଣା କରିବାର ୪୮ ଘଣ୍ଟା ମଧ୍ୟରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ମହବୁବାବାଦ୍ ପୋଲିସ୍ ଅଧୀକ୍ଷକ କହିଛନ୍ତି ଯେ ପରୀକ୍ଷାରେ ଫେଲ୍ ହୋଇଥିବାରୁ ଦୁଇ ଜଣ ଝିଅ ଆତ୍ମହତ୍ୟା କରିଛନ୍ତି । ଗତ ବୁଧବାର ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ୨୦୨୪ ଫଳାଫଳ ଘୋଷଣା କରାଯାଇଥିଲା । ରେଜଲ୍ଟ ବାହାରିବାର କିଛି ସମୟ ପରେ ଜଣେ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଞ୍ଚେରିଆ ଜିଲ୍ଲାରେ ଜଣେ ୧୬ ବର୍ଷୀୟା ଛାତ୍ର ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ୪ଟି ବିଷୟରେ ଫେଲ୍ ହୋଇଥିଲେ ।

ସେହିପରି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀ ଫାଶୀ ଲଗାଇ ଅଥବା କୂଅ ଓ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।ସମସ୍ତଙ୍କର ବୟସ ୧୬ରୁ ୧୭ବର୍ଷ ମଧ୍ୟରେ ହେବ । ସମସ୍ତ ମୃତକ ତନ୍ଦୁର, ରାଜେନ୍ଦ୍ରନଗର, ମହବୁବାବାଦ୍‌, ଖାମମ୍ ଓ କୋଲୁର୍ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି । ଚଳିତବର୍ଷ ୯.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ଦେଇଥିଲେ । ପ୍ରାୟ ୬୧.୦୬% ଛାତ୍ର (୨.୮୭ ଲକ୍ଷ) ଏକାଦଶ ଓ ୬୯.୪୬% ଛାତ୍ର (୩.୨୨ ଲକ୍ଷ) ଦ୍ୱାଦଶ ଶ୍ରେଣୀରେ ପାସ୍ କରିଛନ୍ତି । ୨୦୧୯ରେ ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ତେଲେଙ୍ଗାନାରେ ୨୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗାନା ରାଜ୍ୟ ବୋର୍ଡ ପୁନଃ ମୂଲ୍ୟାୟନ ପାଇଁ ଆପ୍ଲିକେସନ ପ୍ରୋସେସ୍ ଆରମ୍ଭ କରିଛି । ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ସେମାନେ ଏଥିପାଇଁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking