29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପୁଅକୁ ମାରିବାକୁ ବାପା ଦେଲା ସୁପାରୀ

ପୁଅକୁ ମାରିବାକୁ ବାପା ଦେଲା ସୁପାରୀ

ମୁମ୍ବାଇ: ଲୋକମାନେ ସମ୍ପତ୍ତି ଏବଂ ଟଙ୍କା ପାଇଁ ନିଜ ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏମିତି କି ସମ୍ପତ୍ତି ପାଇଁ ନିଜ ପୁଅକୁ ମଧ୍ୟ ହତ୍ୟା କରିବାକୁ ସୁପାରୀ ଦେବାକୁ ପଛାଉନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର ପୁଣେରେ ନିଜ ପୁଅକୁ ହତ୍ୟା କରିବା ପାଇଁ ୭୫ ଲକ୍ଷ ଟଙ୍କାର ଡିଲ୍ କରିଥିବା ବାପାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୁଣେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଖୁଲାସା କରିଛି । ପୋଲିସ କହିଛି ଯେ ସମ୍ପତ୍ତି ବିବାଦ ହେତୁ ବାପା ପୁଅକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା । ଏକ ସପ୍ତାହ ପୂର୍ବରୁ ଜଙ୍ଗଲି ମହାରାଜ ଷ୍ଟ୍ରିଟ୍‌ରେ ପୁଅକୁ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା ।

ଏହି ମାମଲାରେ ରିଅଲ ଇଷ୍ଟେଟ୍ ଡେଭଲପର୍ ବାପାଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପିତା ଦୀନେଶ ଚନ୍ଦ୍ର ଆର୍ଗାଡେ, ପ୍ରଶାନ୍ତ ଘାଡଗେ, ଅଶୋକ ଥେମ୍ବ୍ରେ, ପ୍ରବୀଣ କୁଡଲେ, ଯୋଗେଶ ଯାଦବ, ଚେତନ ପୋକଲେଙ୍କୁ ଗିରଫ କରିଛି ପୋଲିସ । ସିପି ଅମିତେଶ କୁମାର କହିଛନ୍ତି ଯେ ଦିନେଶଚନ୍ଦ୍ର ତା’ର ପୁଅର ମନମୁଖୀ କାର୍ଯ୍ୟକୁ ନେଇ ଚିନ୍ତାରେ ଥିଲେ, ପୁଅର ଏଭଳି ଆଚରଣ ତାଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଉଥିଲା । ଏହା ବ୍ୟତୀତ ପରିବାର ଏବଂ ସମ୍ପତ୍ତି ବିବାଦ କାରଣରୁ ପିତା ଏବଂ ପୁଅଙ୍କ ମଧ୍ୟରେ ତିକ୍ତତା ମଧ୍ୟ ବୃଦ୍ଧି ପାଇଥିଲା । ହତ୍ୟା ଉଦ୍ୟମ ପରେ ଧୀରଜ ଆର୍ଗାଡେ ଶିବାଜୀ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ ।

ଏଥିରେ ଧୀରଜ କହିଛନ୍ତି ଯେ ଜଙ୍ଗଲୀ ମହାରାଜା ରୋଡ୍ ନିକଟରେ ଥିବା ଆର୍ଗେଡ୍ ହାଇଟ୍ସ ବିଲ୍ଡିଂ ନିକଟରେ ଆକ୍ରମଣକାରୀ ଦୁଇ ଚକିଆ ଯାନରେ ଆସି ପିସ୍ତଲ ଦେଖାଇଥିଲେ । ଏହା ପରେ ଅପରାଧୀମାନେ ଧୀରଜଙ୍କ ଉପରେ ଗୁଳି ଚଳାଇଥିଲେ, କିନ୍ତୁ ସୌଭାଗ୍ୟ ବଶତଃ ସେ ବଞ୍ଚିଯାଇଥିଲେ । ମାମଲା ପଞ୍ଜିକରଣ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ପାଇଁ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହା ସହିତ ଧୀରଜ ଆର୍ଗେଡେଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଥିଲା । ପାରିବାରିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଧୀରଜ ଏବଂ ତାଙ୍କ ପିତା ଦୀନେଶଚନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଧୀରଜଙ୍କୁ ହତ୍ୟା କରିବା ପାଇଁ ତାଙ୍କ ବାପା ୭୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ କରି ଧୀରଜଙ୍କ ପିତା ଦୀନେଶଚନ୍ଦ୍ର ଆର୍ଗାଡେଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking