31.1 C
Bhubaneswar
Sunday, May 19, 2024
Homeଓଡିଶାସଡକ ଦୁର୍ଘଟଣା : ଚାଳକ ଗୁରୁତର

ସଡକ ଦୁର୍ଘଟଣା : ଚାଳକ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥରେ ଘଟିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଚାଳକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କ ଆନନ୍ଦପୁର ଥାନା ଫକୀରପୁର ଛକର ବାସିନ୍ଦା ପିଣ୍ଟୁ ସେଠୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ପିଣ୍ଟୁ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ବାଇକରେ ଯାଉଥିଲେ । ଏବଂ ପୋଷ୍ଟ ଅଫିସ ନିକଟ ରାଜପଥ ଉପରେ ଭଙ୍ଗା ଇଟା ଓ ପଥର ଗଦା ହୋଇଥିଲା । ଫଳରେ ବାଇକଟି ଭାରସାମ୍ୟ ହରାଇ ଗଦା ହୋଇଥିବା ଇଟା ଓ ପଥରକୁ ଧକ୍କା ଦେଇଥିଲା । ଏବଂ ଯୁବକ ଜଣଙ୍କ ଗାଡିରୁ ଛିଟିକି ପଡିଥିଲେ । ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହାଟଡିହୀ ମେଡିକାଲରେ ଭର୍ତି କରିଥିଲେ । ଏବଂ ସେଠାରେ ଯୁବକ ଜଣଙ୍‌କ ଚିକିତ୍ସା ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking