31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକରୀନା କପୁର ଖାନ ହେଲେ ୟୁନିସେଫ୍ ଭାରତର ନ୍ୟାସନାଲ ଆମ୍ବାସାଡାର

କରୀନା କପୁର ଖାନ ହେଲେ ୟୁନିସେଫ୍ ଭାରତର ନ୍ୟାସନାଲ ଆମ୍ବାସାଡାର

ନୂଆଦିଲ୍ଲୀ : ଭାରତ ସହ ସହଭାଗୀତାର ୭୫ତମ ବର୍ଷରେ ୟୁନିସେଫ ଇଣ୍ଡିଆ ଭାରତୀୟ ସିନେମାର ଅନ୍ୟତମ ପ୍ରତିମୂର୍ତ୍ତୀ କରୀନା କପୁର ଖାନଙ୍କୁ ଏହି ସଂଗଠନର ନ୍ୟାସନାଲ ଆମ୍ବାସାଡାର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ତାଙ୍କ ଭୂମିକାରେ କରୀନା କପୁର ଖାନ ୟୁନିସେଫ ଭାରତକୁ ପ୍ରତ୍ୟେକ ପିଲାଙ୍କ ପିଲାଦିନର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲିଙ୍ଗଗତ ସମାନତା ଅଧିକାରକୁ ଆଗକୁ ବଢାଇବାରେ ସହଯୋଗ କରିବେ। ତେବେ ୨୦୧୪ ରୁ କରୀନା ୟୁନିସେଫ୍ ସହ ଜଡିତ ଅଛନ୍ତି । ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର ଭାବେ ନିଯୁକ୍ତ କରାଯିବା ପରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର ଦିନ । ୟୁନିସେଫ୍ ଇଣ୍ଡିଆର ଆମ୍ବାସାଡାର ହୋଇଥିବାରୁ ନିଜକୁ ବହୁତ ଗୌରବାନ୍ବିତ ମନେ କରୁଛି । ମୁଁ ସବୁବେଳେ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସମାନ ଭବିଷ୍ୟତ ପାଇଁ ମୁଁ ମୋ ସ୍ବର ଉତ୍ତୋଳନ କରିବି’ । ଏହି ଯାତ୍ରା ସମୟରେ ମୁଁ ଶିକ୍ଷକ, ଅଭିଭାବକ ଏବଂ ପିଲାମାନଙ୍କ ସହିତ କଥାବାର୍ତ୍ତା କରିଛି । ମୁଁ ଅନୁଭବ କରୁଛି ଯେ ୟୁନିସେଫ୍ ମାଧ୍ୟମରେ ମୁଁ ଜଣେ ବ୍ୟକ୍ତି ଭାବରେ ବହୁତ ବିକଶିତ ହୋଇପାରିଛି । କାରଣ ମୁଁ ପିଲାମାନଙ୍କୁ ଦେଖିଛି ଏବଂ ସେମାନଙ୍କର ଆବଶ୍ୟକତା କ’ଣ ବୁଝିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking