27.1 C
Bhubaneswar
Saturday, July 27, 2024
Homeଓଡିଶାମୁହଁ ଖୋଲିଲେ ପାଟ୍ଟଶାଣୀ, କହିଲେ ସମୟ କହିବ...

ମୁହଁ ଖୋଲିଲେ ପାଟ୍ଟଶାଣୀ, କହିଲେ ସମୟ କହିବ…

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଭିତରେ ଆଜି ସେ ମୁହଁ ଖୋଲିଛନ୍ତି । ଆଜି ବିଜେଡି ପକ୍ଷରୁ ଚିଲିକା ପାଇଁ ଟିକେଟ ଘୋଷଣା କରାଯିବା ପରେ ଶ୍ରୀ ପାଟ୍ଟଶାଣୀ ଏକ ପ୍ରେସ ବାର୍ତ୍ତା ଜରିଆରେ ନିଜର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ସମୟ କହିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସେ ବିଜୁ ଜନତା ଦଳରେ ଥିବା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି । ମୋ ପାଇଁ ପଦବୀ ବଡ଼ ନୁହେଁ । ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼ । କିନ୍ତୁ ରାଜନୀତିରେ ସମୟ ବଡ଼ ବଳବାନ । କିଏ ରହିବ, ଯିବ, ଭବିଷ୍ୟତରେ କ’ଣ ହେବ, ସମୟ ଉପରେ ନିର୍ଭର କରେ  ।ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ସମୟ କହିବ ବୋଲି ସେ କହିଛନ୍ତି । ଚିଲିକା ପାଇଁ ଶ୍ରୀ ପାଟ୍ଟଶାଣୀ ଆଶାୟୀ ଥିବା କୁହାଯାଉଥିବାବେଳେ ଦଳ କିନ୍ତୁ ଆଜି ରଘୁନାଥ ସାହୁଙ୍କ ନାମ ଉପରେ ମୋହର ମାରିଛି । ପ୍ରକାଶ ଯେ ନିର୍ବାଚନୀ ମାହୋଲ ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଆସୁଛି । ସେ ଭୁବନେଶ୍ୱରରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କୁ ରାଜ୍ୟସଭା ପଠାନଯିବା ଓ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବା ଘଟଣାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଯେଉଁଥି ପାଇଁ ସେ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସେ ବିଜେପି ସହ ଆଲୋଚନାରେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking