27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦୂରଦର୍ଶନ,ଆକାଶବାଣୀ ନିର୍ବାଚନୀ ପ୍ରଚାର; ରାଜନୈତିକ ଦଳ ପାଇଁ ଏସ୍‌ଓପି ଜାରି

ଦୂରଦର୍ଶନ,ଆକାଶବାଣୀ ନିର୍ବାଚନୀ ପ୍ରଚାର; ରାଜନୈତିକ ଦଳ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର: ଦୂରଦର୍ଶନ ଓ ଆକାଶବାଣୀରେ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର ପାଇଁ ଏସ୍‌ଓପି ଜାରି ହୋଇଛି । ଦେୟମୁକ୍ତ ନିର୍ବାଚନ ପ୍ରଚାର ହେବ । ଏଥିପାଇଁ ଚିରକୁଟ୍ ଉଠାଣ ମାଧ୍ୟମରେ ସମୟ ନିର୍ଘଣ୍ଟ ବି ଚୂଡ଼ାନ୍ତ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ ଓ ରାଜ୍ୟ ରାଜନୈତିକ ଦଳମାନେ ଦେୟମୁକ୍ତ ନିର୍ବାଚନ ପ୍ରଚାର କରିପାରିବେ । ଚିରକୁଟ୍ ଉଠାଣ ମାଧ୍ୟମରେ ତାହା ସ୍ଥିରୀକୃତ ହୋଇଛି । ବିଧିବ୍ୟବସ୍ଥା ଅନୁସାରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନେ ଆକାଶବାଣୀ ଓ ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ସମୟ ପାଇଥାନ୍ତି । ଚଳିତ ନିର୍ବାଚନରେ ବି ଆକାଶବାଣୀ, କଟକ କେନ୍ଦ୍ର ଓ ଦୂରଦର୍ଶନ କେନ୍ଦ୍ରରେ ଅନୁରୂପ ସୁବିଧା ମିଳିବ ।
ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌. ତିରୁମାଲା ନାୟକଙ୍କ ପୌରୋହିତ୍ୟରେ ଥର ଥର କରି ଚିରକୁଟ୍ ଉଠାଣ ହୋଇଛି । ଚିରକୁଟ୍‌ରେ ନାମ ଥିବା ରାଜନୈତିକ ଦଳର ପ୍ରତିନିଧିମାନେ ନିଜ ନିଜ ପସନ୍ଦର ସମୟ ନିର୍ଘଣ୍ଟ ବାଛିଛନ୍ତି । ଏହି ସମୟ ନିର୍ଘଣ୍ଟ ମଧ୍ୟରେ ସଂପୃକ୍ତ ଦଳମାନେ ଆଦର୍ଶ ଆଚରଣ ବିଧି ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ସୁଯୋଗ ପାଇବେ । ଚିରକୁଟ୍‌ରେ ନାମ ଥିବା ରାଜନୈତିକ ଦଳର ପ୍ରତିନିଧିମାନେ ନିଜ ନିଜ ପସନ୍ଦର ସମୟ ନିର୍ଘଣ୍ଟ ବାଛିଥିଲେ । ଏହି ସମୟ ନିର୍ଘଣ୍ଟ ମଧ୍ୟରେ ସଂପୃକ୍ତ ଦଳମାନେ ଆଦର୍ଶ ଆଚରଣ ବିଧି ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ସୁଯୋଗ ପାଇବେ । ଏଥିରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ଆମ୍ ଆଦ୍‌ମି ପାର୍ଟି, ସିପିଆଇ(ଏମ୍‌) ଓ ବହୁଜନ ସମାଜ ପାର୍ଟିର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି ।
ଉକ୍ତ ଚିରକୁଟ୍ ଉଠାଣ ସମୟରେ କଟକ ଆକାଶବାଣୀ ପକ୍ଷରୁ କାର୍ଯ୍ୟକ୍ରମ ପ୍ରମୁଖ ତରୁଣ କାନ୍ତି ରାଉତ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପକ୍ଷରୁ କାର୍ଯ୍ୟକ୍ରମ ପ୍ରମୁଖ ଦେବାଶିଷ ହାଲ୍‌ଦାର୍ ଚିରକୁଟ୍ ଉଠାଣ ପ୍ର୍ରକ୍ରିୟା ସଂପାଦନ କରିଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଥର ଥର କରି ଚିରକୁଟ୍ ଉଠାଣ କରିଥିଲେ ।
ଉଲ୍ଲେଖନୀୟ ଯେ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ତାହା ମେ’ ୧୩,୨୦, ୨୫ ଓ ଜୁନ୧ରେ ଶେଷ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୮ ଏପ୍ରିଲରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଉକ୍ତ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୫ ଥିବାବେଳେ ଏପ୍ରିଲ ୨୬ରେ ପ୍ରାର୍ଥୀପତ୍ର ତନଖୀ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ତେବେ ମେ’ ୧୩ରେ ଭୋଟ୍ ଗ୍ରହଣ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ମଇ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ମଇ ୨୦ରେ ଭୋଟ୍ ଗ୍ରହଣ କରାଯିବ । ଏହିଭଳି ତୃତୀୟ ପର୍ଯ୍ୟାୟରେ ମତଦାନ ମଇ ୨୫ ଓ ଚତୂର୍ଥ ପର୍ଯ୍ୟାୟରେ ମତଦାନ ଜୁନ୍ ୧ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ । ଅର୍ଥାତ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking