32.1 C
Bhubaneswar
Friday, May 3, 2024
Homeଖେଳପ୍ରେମିକାଙ୍କ ସହ ଆସ୍‌ଲେ ଗାର୍ଡନର୍‌ଙ୍କ ନିର୍ବନ୍ଧ

ପ୍ରେମିକାଙ୍କ ସହ ଆସ୍‌ଲେ ଗାର୍ଡନର୍‌ଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍‌ର ଷ୍ଟାର୍ ଅଲ୍‌ରାଉଣ୍ଡର୍ ଆସ୍‌ଲେ ଗାର୍ଡନର୍‌ଙ୍କର ଶୁକ୍ରବାର ପ୍ରେମିକା ମୋନିକାଙ୍କ ସହ ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ଗାର୍ଡନର୍ ସୋସିଆଲ୍ ମିଡିଆରେ ନିର୍ବନ୍ଧର ଏକ ଫଟୋ ଶେୟାର୍ କରି ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ମୋନିକାଙ୍କ ସହ ଆସ୍‌ଲେ ଗାର୍ଡନର୍ ୨୦୨୧ରୁ ରିଲେସନ୍‌ଶିପ୍‌ରେ ଥିଲେ । ୨୦୨୩ ଟି-୨୦ ବିଶ୍ୱକପ୍ ଜିତିବା ପରେ ଗାର୍ଡନର୍ ମୋନିକାଙ୍କ ସହ ବିବାହ ସମ୍ପର୍କରେ ଘୋଷଣା କରିଥିଲେ । ମୋନିକାଙ୍କ ପୂର୍ବରୁ ଗାର୍ଡନର୍ ବ୍ରିଜେଟ୍ ପିଟରସନ୍‌ଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ । ସାର୍ବଜନୀନ ଭାବେ ମୋନିକା ଏତେ ପରିଚିତ ନୁହନ୍ତି । ସେହିପରି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମଧ୍ୟ ପ୍ରାଇଭେଟ୍ ।
ଅଷ୍ଟ୍ରେଲିଆ ପକ୍ଷରୁ ୬ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଡାହାଣହାତୀ ବ୍ୟାଟର୍ ଏବଂ ଅଫ୍ ସ୍ପିନର୍ ଗାର୍ଡନରଙ୍କ ନାମରେ ୨୮୧ ରନ୍ ସହ ୨୩ ୱିକେଟ୍ ରହିଛି । ସେହିପରି ୯୬ ଦିନିକିଆ ଅନ୍ତର୍ଜାତୀୟରେ ସେ ୯୭୩ ରନ୍ କରିବା ସହିତ ୮୯ ୱିକେଟ୍ ନେଇଛନ୍ତି । ଟି-୨୦ ଅନ୍ତର୍ଜାତୀୟରେ ଗାର୍ଡନର୍ ଅଷ୍ଟ୍ରେଲିଆ ପାଇଁ ୮୮ ମ୍ୟାଚ୍ ଖେଳି ୧୩୨୯ ରନ୍ କରିବା ସହିତ ୬୮ ୱିକେଟ୍ ହାସଲ କରିଛନ୍ତି । ଗାର୍ଡନର୍ ମହିଳା ଜାତୀୟ କ୍ରିକେଟ୍ ଲିଗ୍‌ରେ ନ୍ୟୁ ସାଉଥ୍‌ୱେଲ୍ସ ପାଇଁ ଖେଳୁଥିବା ବେଳେ ମହିଳା ବିଗ୍ ବାଶ୍ ଲିଗ୍‌ରେ ସିଡ୍‌ନୀ ସିକ୍ସର୍ସ ଏବଂ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌)ରେ ଗୁଜରାଟ ଜାଏଣ୍ଟ୍‌ସ ପକ୍ଷରୁ ଖେଳୁଛନ୍ତି । ନିକଟରେ ୠାର୍ଡନର୍‌ଙ୍କୁ ବେଲିଣ୍ଡା କ୍ଲାର୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking