33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଦୁବାଇ ବିମାନ ବନ୍ଦରରେ ଫସିଲେ ଦୀପକ ଓ ସୁଜିତ୍‌

ଦୁବାଇ ବିମାନ ବନ୍ଦରରେ ଫସିଲେ ଦୀପକ ଓ ସୁଜିତ୍‌

ନୂଆଦିଲ୍ଲୀ: ବିମାନ ବିଳମ୍ବ ଯୋଗୁଁ ଭାରତୀୟ ପହେଲମାନ ଦୀପକ ପୁନିଆ ଓ ସୁଜିତ୍ କଲ୍‌କଲ୍ କିର୍ଗିଜ୍‌ସ୍ତାନର ବିଶ୍‌କେକ୍‌ରେ ଚାଲିଥିବା ଏସିଆ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସେମାନଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନକୁ ବଡ଼ ଧକ୍କା ଲାଗିଛି । ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଦ୍ୱିତୀୟ ଅନ୍ତିମ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ୍ ଭାବେ ଜାରୀ ଏହି ଇଭେଣ୍ଟ୍‌ରେ ଦୀପକ ୮୬ କେଜି ଓ ସୁଜିତ ୬୫ କେଜି ବର୍ଗରେ ଭାଗ ନେବାର ଥିଲା । ମାତ୍ର ପ୍ରବଳ ବର୍ଷା ଏବଂ ବିମାନ ବନ୍ଦରରେ ବନ୍ୟା ପରି ସ୍ଥିତି କାରଣରୁ ଦୁବାଇରୁ ସମସ୍ତ ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଦୁବାଇରୁ ଯାତ୍ରାରମ୍ଭ କରିଥିଲେ ମଧ୍ୟ ଠିକ୍ ସମୟରେ ଆୟୋଜନସ୍ଥଳରେ ରିପୋର୍ଟ କରିବାକୁ ଅସମର୍ଥ ହୋଇଥିଲେ । ଭାରତୀୟ କୋଚ୍‌ଙ୍କ ଅନୁରୋଧ ସତ୍ତ୍ୱେ ବିଳମ୍ବ ଯୋଗୁଁ ଆୟୋଜକ ସେମାନଙ୍କୁ ଅନୁମତି ଦେଇନଥିଲେ ।
ଟୋକିଓ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ପୁନିଆ ଏବଂ ଏସିଆ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ପ୍ରମୁଖ ପ୍ରତିଯୋଗୀମାନଙ୍କ ମଧ୍ୟରେ କଲ୍‌କଲ୍ ଅନ୍ୟତମ ଥିଲେ । ଏହି ଟର୍ଣ୍ଣାମେଣ୍ଟରେ ସେମାନଙ୍କ ଅନୁପସ୍ଥିତି ଭାରତୀୟ ରେସଲିଂ କଣ୍ଟିଜେଣ୍ଟ ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି । ଏହି ଦୁଇ ପହେଲମାନ ରୁଷର ଦେଗସ୍ତାନରେ ତାଲିମ ନେଉଥିଲେ ଏବଂ ଦୁବାଇ ଦେଇ ବିଶ୍‌କେକ୍ ପହଞ୍ଚିବାର ଥିଲା । ତେବେ ଦୁବାଇ ବିମାନ ବନ୍ଦରରେ ବନ୍ୟା ପରିସ୍ଥିତି ସେମାନଙ୍କ ଯାତ୍ରା ଯୋଜନାରେ ବାଧା ସୃଷ୍ଟି କରିଥିଲା ।
ଏପିଲ୍ ୧୬ରୁ ବିମାନ ବନ୍ଦରରେ ଫସି ରହିଥିବା ବେଳେ ପୁନିଆ ଏବଂ କଲ୍‌କ୍‌ଲ୍ ଚଟାଣରେ ଶୋଇବା ଏବଂ ଖାଦ୍ୟର ସୀମିତ ସୁବିଧା ସମେତ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ସୁଜିତଙ୍କ ପିତା ଦିନାନନ୍ଦ କାଲାକାଲ ସେମାନଙ୍କ ସୁସ୍ଥତା ଏବଂ ସେମାନଙ୍କ ଅଲିମ୍ପିକ ଯୋଗ୍ୟତା ସମ୍ଭାବନା ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏବେ ପ୍ୟାରିସ୍ ଟିକେଟ୍ ହାସଲ ପାଇଁ ତୁର୍କୀରେ ମେ’ରେ ହେବାକୁ ଥିବା ବିଶ୍ୱ କ୍ୱାଲିଫାୟର୍ସ ସେମାନଙ୍କର ଶେଷ ସୁଯୋଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking