32.1 C
Bhubaneswar
Friday, May 3, 2024
Homeଓଡିଶାବର୍ଷାଙ୍କୁ ମିଳିଲା ବଡ଼ଚଣା ଟିକେଟ

ବର୍ଷାଙ୍କୁ ମିଳିଲା ବଡ଼ଚଣା ଟିକେଟ

ଭୁବନେଶ୍ୱର: ଶନିବାର ବିଜେଡି ପକ୍ଷରୁ ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ବଡ଼ଚଣା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେଇଛନ୍ତି । ଏହି ଆସନରୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଟିକେଟ ଦେଇଛି । ଏହି ଆସନରେ ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଟିକେଟ ପାଇଁ ଆଶାୟୀ ଥିଲେ । ତେବେ ତାଙ୍କ ଟିକେଟ କାଟି ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି । ଗତ ଦୁଇ ଦିନ ତଳେ ଯେତେବେଳେ ବର୍ଷା ବିଜେଡିରେ ମିଶିଲେ ସେତେବେଳେ ବର୍ଷାଙ୍କୁ ଷ୍ଟାର କ୍ୟାମ୍ପେନରଭାବେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ବିଜେଡି ତାଙ୍କୁ ଟିକେଟ ଦେଇଛି । ତେବେ ବର୍ଷାଙ୍କୁ ଟିକେଟ ମିଳିବା ପରେ ଅମରଙ୍କ ଗୋଷ୍ଠୀ ଭିତରେ ଅସନ୍ତୋଷ ଦେଖାଦେବ କି ନାହିଁ ତାହା ଆଗକୁ ଦେଖିବାକୁ ବାକି ରହିଲା । ବର୍ଷା ପୂର୍ବରୁ ଦଳରେ ସାମିଲ ହୋଇଥିଲେ ବି ସ୍ୱାମୀ , ସାଂସଦ ଅନୁଭବ ମହାନ୍ତିଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଅନୁଭବ ବିଜେଡି ଛାଡି ବିଜେପିରେ ସାମିଲ ହୋଇଯିବା ପରେ ବର୍ଷା କିନ୍ତୁ ବିଜେଡିରେ ସାମିଲ ହୋଇ ନିର୍ବାଚନକୁ ଓହ୍ଲାଇଛନ୍ତି । ପ୍ରକାଶ ଯେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି । କିନ୍ତୁ ଏବେବି ଅନେକ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଆଜିର ଘୋଷଣା ପରେ  ବିଜେଡି ଏପର୍ୟ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସେହିପରି ବିଜେପି ୧୩୧ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବାକି ଅଛି ଆଉ ୧୬ଟି ଆସନ । କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ୨୨ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking