33.1 C
Bhubaneswar
Friday, May 3, 2024
Homeଖେଳଆଶୁତୋଷ ଶର୍ମାଙ୍କ କୀର୍ତ୍ତିମାନ

ଆଶୁତୋଷ ଶର୍ମାଙ୍କ କୀର୍ତ୍ତିମାନ

ମୁମ୍ବାଇ: ଆଇପିଏଲ୍‌ର ୧୭ତମ ସିଜନ୍‌ରେ ବର୍ତ୍ତମାନ ସୁଦ୍ଧା ପଞ୍ଜାବ କିଙ୍ଗ୍‌ସର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିଲେ ମଧ୍ୟ ଟିମ୍‌ର ୨୫ ବର୍ଷୀୟ ଖେଳାଳି ଆଶୁତୋଷ ଶର୍ମା ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ଆଇପିଏଲ୍ ଡେବ୍ୟୁ କରିଥିବା ଆତୁତୋଷ ବର୍ତ୍ତମାନ ସୁଦ୍ଧା ଚାରିଟି ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କୁ ନଂ.୮ରେ ବ୍ୟାଟିଂ କରିବାର ସୁଯୋଗ ମିଳିଛି । ଏହା ମଧ୍ୟରେ ସେ ୫୨ ଆଭରେଜ୍‌ରେ ୧୫୬ ରନ୍ କରିଛନ୍ତି । ଗୁରୁବାରର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ୨୮ ବଲ୍‌ରେ ୬୧ ରନ୍‌ର ଚମତ୍କାର ଇନିଂସ୍ ଦେଖିବାକୁ ମିଳିଛି । ଏହା ସହିତ ଚଳିତ ସିଜନ୍‌ରେ ସେ ଏକ ବିଶେଷ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ୧୭ ବର୍ଷର ଆଇପିଏଲ୍ ଇତିହାସରେ ଆଶୁତୋଷ ପ୍ରଥମ ଭାରତୀୟ ଭାବେ ଟୁର୍ଣ୍ଣାମେଣ୍ଟ୍‌ର ଗୋଟିଏ ସିଜନ୍‌ରେ ନଂ.୮ରେ ବ୍ୟାଟିଂ କରି ୧୦୦ରୁ ଊର୍ଦ୍ଧ୍ୱ ରନ୍‌ର କୀର୍ତ୍ତିମାନ କରିଛନ୍ତି । ଏହା ବ୍ୟତୀତ ରଶିଦ୍ ଖାନ୍‌ଙ୍କ ପରେ ଆଇପିଏଲ୍‌ରେ ଏହି କାରନାମା କରିବାରେ ସେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ରଶିଦ୍ ଖାନ୍ ଗତ ସିଜନ୍‌ରେ ନଂ.୮ କିମ୍ବା ତା’ଠୁ ନିମ୍ନ କ୍ରମରେ ବ୍ୟାଟିଂକୁ ଆସି ୧୦୦ରୁ ଅଧିକ ରନ୍ କରିଥିଲେ । ଏହି ସିଜନ୍‌ରେ ବର୍ତ୍ତମାନ ସୁଦ୍ଧା ୪ଟି ଇନିଂସ୍‌ରେ ୨୦୫.୨୬ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ତାଙ୍କ ବ୍ୟାଟ୍‌ରୁ ୯ ଚୌକା ଓ ୧୩ ଛକା ଦେଖିବାକୁ ମିଳିଛି । ଏହି ସିଜନ୍ ପୂର୍ବରୁ ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ମିନି ପ୍ଲେୟର୍ ଅକ୍ସନ୍‌ରେ ପଞ୍ଜାବ କିଙ୍ଗ୍‌ସ ଆଶୁତୋଷଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking