32.1 C
Bhubaneswar
Friday, May 17, 2024
Homeଓଡିଶାଥମିବାର ନାଁ ନେଉନି ଶିମିଳିପାଳ ଜଙ୍ଗଲ ନିଆଁ

ଥମିବାର ନାଁ ନେଉନି ଶିମିଳିପାଳ ଜଙ୍ଗଲ ନିଆଁ

ଶିମିଳିପାଳ : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ବନ ବିଭାଗ ଏବଂ ଓଡ୍ରାଫ ଟିମ ଆୟତ୍ତ କରିବା ପାଇଁ ସଫଳ ହୋଇଥିଲେ । କିନ୍ତୁ ରବିବାର ପ୍ରାୟ ୩୫ଟି ସ୍ଥାନରେ ପୁଣି ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି ବୋଲି ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଶିମିଳିପାଳ ଓ ତାର ଆଖପାଖ ବନାଞ୍ଚଳରେ ନିଆଁ ଲାଗିଥିବା ଆଶଙ୍କା କରାଯାଇଛି । ଯେତେ ତାପମାତ୍ରା ବଢୁଛି ସେତେ ନିଆଁ ତାର କାୟା ବିସ୍ତାର କରିବାରେ ଲାଗିଛି । ବନାଗ୍ନି ପାଇଁ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ଜଳିପୋଡ଼ି ନଷ୍ଟ ହୋଇଯାଉଛି । ଶିମିଳିପାଳର ଜଙ୍ଗଲରେ କେଉଁ ଅଞ୍ଚଳରେ ନିଆଁ ଲାଗିଛି ବନ ବିଭାଗ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଚିହ୍ନଟ କରିଛନ୍ତି । ଉକ୍ତ ବନାଗ୍ନିକୁ ଆୟତ୍ତ କରିବା ପାଇଁ ମଧ୍ୟ ବନ ବିଭାଗ ଏବଂ ଓଡ୍ରାଫ ଟିମ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking