31.1 C
Bhubaneswar
Wednesday, May 8, 2024
Homeଓଡିଶାରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ

ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ

ଭୁବନେଶ୍ୱର : ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସର ସବୁଠାରୁ ବଡ଼ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା । ଏହି ଦୁଇ ବଡ଼ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟର ପ୍ରଥମ ପର୍ୟ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବା ବେଳେ ନବରଙ୍ଗପୁରରେ କାର୍ୟ୍ୟକର୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେହିପରି ଆସନ୍ତାକାଲି ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲ୍ଲା ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ୟ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking