35.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଆଉ ୪ ଦିନ ରହିବ ହିଟ୍ ୱେଭ

ରାଜ୍ୟରେ ଆଉ ୪ ଦିନ ରହିବ ହିଟ୍ ୱେଭ

ଭୁବନେଶ୍ୱର : ଆଉ ସହି ହେଉନି ତାତି । ଏପଟେ ରାଜ୍ୟରେ ଆଉ ୪ ଦିନ ରହିବ ହିଟ୍ ୱେଭ । ୩୦ ତାରିଖ ପର୍ୟ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅସହ୍ୟ ତାତି ପାଇଁ ଉତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ୩୬ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ସେହିପରି ବଲାଙ୍ଗୀର, କେନ୍ଦୁଝର ଓ ରାଉରକେଲାରେ ୩୪ ଦଶମିକ ୮, ଭଭାନୀପାଟଣା, ବାଲେଶ୍ୱର ଓ ବୌଦ୍ଧରେ ୩୪, ଭୁବନେଶ୍ୱରରେ ଭୁବନେଶ୍ୱର ୩୩ ଦଶମିକ ୪ ଓ କଟକରେ ୩୩ ଦଶମିକ ପାରଦ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking