30.1 C
Bhubaneswar
Monday, May 20, 2024
Homeଖେଳଟିମ୍ ଇଣ୍ଡିଆ ବିଶ୍ୱକପ୍ ଜର୍ସି ଉନ୍ମୋଚିତ; ନୂଆ ଜର୍ସିର ଦାମ୍‌କୁ ନେଇ ଅସନ୍ତୋଷ

ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜର୍ସି ଉନ୍ମୋଚିତ; ନୂଆ ଜର୍ସିର ଦାମ୍‌କୁ ନେଇ ଅସନ୍ତୋଷ

ଧର୍ମଶାଳା: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ସୋମବାର ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ହିମାଚଳ ପ୍ରଦୋର ଧର୍ମଶାଳାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜର୍ସି ଉନ୍ମୋଚନ କରାଯାଇଥିବା ଟିମ୍ ଇଣ୍ଡିଆ କିଟ୍ ପ୍ରାୟୋଜକ ‘ଆଡିଡାସ୍ ଏକ ଭିଡିଓ ଜରିଆରେ ସୂଚନା ଦେଇଥିଲେ । ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟରରୁ ଝୁଲୁଥିବା ଏକ ବିଶା ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଭିଡିଓରୁ ଦେଖିବାକୁ ମିଳିଥିଲା । ନାଳ ଓ ନାରଙ୍ଗୀ ରଙ୍ଗର ସମିଶ୍ରଣରେ ଜର୍ସି ପ୍ରସ୍ତୁତ କରାଯାଇଛି । ଜର୍ସିର କାନ୍ଧରେ ନାରଙ୍ଗୀ ରଙ୍ଗ ଥିବାବେଳେ ଅବଶିଷ୍ଟ ଅଂଶ ନୀଳ ରଙ୍ଗ ରହିଛି । ସେହିପରି ଦୁଇଟି ନାରଙ୍ଗୀ ରଙ୍ଗର ପଟି ସମାନ୍ତରାଳ ଭାବେ ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି । ଛାତିରେ ଆଡିଡାସ୍‌ର ଟ୍ରେଡ୍‌ମାର୍କ ତିନିଟି ଧଳାରଙ୍ଗର ଷ୍ଟ୍ରାଇପ୍ ରହିଛି । ଭି-ସେପ୍‌ର କଲର୍‌ରେ ତ୍ରିରଙ୍ଗାର ରଙ୍ଗ ରହିଛି । ଏହି ଜର୍ସିର ଏବେ ଆଡିଡାସ୍ ଷ୍ଟୋର୍ ଏବଂ ଅନ୍‌ଲାଇନ୍‌ରେ ବିକ୍ରି ଆରମ୍ଭ ହୋଇଛି । ତେବେ ଜର୍ସିର ଦାମ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଡ୍‌ଡାସ୍ ଏହାର ଦାମ୍ ୫୯୯୯ ଟଙ୍କା ରଖିଥିବା ବେଳେ ଏହା ବହୁ ଅଧିକ ବୋଲି ସେମାନେ ଜଣାଇଛନ୍ତି । କେତେକ ପ୍ରଶଂସକ ଦାମ୍‌କୁ ନେଇ କ୍ଷୁବ୍ଧ ଥିବାବେଳେ ଏହା କିଣିବେ ନାହିଁ ବୋଲି ରୋକ୍‌ଠୋକ୍ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking