31.1 C
Bhubaneswar
Sunday, May 19, 2024
Homeଖେଳବିଶ୍ୱକପ୍ ପୂର୍ବରୁ ବୁମ୍‌ରାଙ୍କୁ ମିଳିବନି ବିଶ୍ରାମ

ବିଶ୍ୱକପ୍ ପୂର୍ବରୁ ବୁମ୍‌ରାଙ୍କୁ ମିଳିବନି ବିଶ୍ରାମ

ମୁମ୍ବାଇ: ଆଇପିଏଲ୍ ଶେଷ ହେବାର ଠିକ୍ ପରେ ପରେ ଯି-୨୦ ବିଶ୍ୱକପ୍ ଆରମ୍ଭ ହେବ । ଏପରି ସ୍ଥିତିରେ ପ୍ଲେଅଫ୍ ଦୌଡ଼ରୁ ପ୍ରାୟତଃ ବାଦ୍ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଭାରତର ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇଥିବା ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ୱାର୍କଲୋଡ୍ ମ୍ୟାନେଜମେଣ୍ଟ ପାଇଁ ବିଶ୍ରାମ ଦେବ କି ନାହିଁ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ତେବେ ବୁମ୍‌ରାଙ୍କୁ ବିଶ୍ରାମ ଦେବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍ କାଇରନ୍ ପୋଲାର୍ଡ । ପୋଲାର୍ଡ କହିଛନ୍ତି, ଆଇପିଏଲ୍ ପୂରା କରିବା ଆମର ଲକ୍ଷ୍ୟ । ଏହା ଉପରେ ଆମେ ଆଲୋଚନା କରିନାହୁଁ । ଏହାପରେ କ’ଣ ହେଉଛି ଦେଖାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ପୋଲାର୍ଡ କହିଛନ୍ତି, ତାଙ୍କ ପରି ଜଣେ ବ୍ୟାଟର୍‌ଙ୍କ ଆକ୍ରମଣାତ୍ମକ ଖେଳ ଉପରେ ନିୟନ୍ତ୍ରଣ କରିବା ବ୍ୟାଟିଂ କୋଚ୍ ଭାବେ ମୋ ପାଇଁ ବଡ଼ କଠିନ କାର୍ଯ୍ୟ । ସେ ସ୍ୱାଭାବିକ ଭାବେ ଜଣେ ଆକ୍ରମଣାତ୍ମକ ବ୍ୟାଟର୍ । ପ୍ରତ୍ୟେକ ବଲ୍‌ରେ ବଡ଼ ଶଟ୍ ଖେଳିବାକୁ ଚାହାନ୍ତି । ଏପରି ସ୍ଥିତିରେ ତାଙ୍କ ସ୍ୱାଭାବିକ ଶୈଳୀକୁ ବଦଳାଇବା ବ୍ୟାଟିଂ କୋଚ୍ ସବୁଠୁ କଠିନ କାମ । ପୋଲାର୍ଡ କହିଛନ୍ତି, ସେ ଜରେ ଅଦ୍ଭୁତ କ୍ରିକେଟର୍ ଏବଂ ବିଶ୍ୱକପ୍‌ରେ ମଧ୍ୟ ନିଜ ଛାପ ଛାଡ଼ିବେ । ତାଙ୍କୁ ବୋଲିଂ କରିବା ବହୁ କଠିନ । ତାଙ୍କ ପରି ଜଣେ ବ୍ୟାଟର୍ ମିଳିବା ବହୁ କଷ୍ଟକର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking