30.1 C
Bhubaneswar
Monday, May 20, 2024
Homeଓଡିଶାଆସନ୍ତୁ ଜାଣିବା ରୁବେଲା ଭାଇରସ୍ କଣ ଓ ଏହାକୁ କିପରି କରିବେ ଚିହ୍ନଟ...

ଆସନ୍ତୁ ଜାଣିବା ରୁବେଲା ଭାଇରସ୍ କଣ ଓ ଏହାକୁ କିପରି କରିବେ ଚିହ୍ନଟ…

ଭୁବନେଶ୍ୱର : ରୁବେଲା ଭାଇରସ ଏକ ଘାତକ ସଂକ୍ରାମକ ରୋଗ ଅଟେ । ଏହାକୁ ଜର୍ମାନ ମିଳିମିଳା ବା ତିନି ଦିନିଆ ମିଳିମିଳା ମଧ୍ୟ କୁହାଯାଏ । ସଂକ୍ରମିତ ରୋଗୀ ଛିଙ୍କିବା, ଖାସିବା ବା ଛେପ ପକାଇବା କାରଣରୁ ତା’ର ପାର୍ଟିକଲ ଜରିଆରେ ଏହି ଭାଇରସ୍ ଅନ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ । ଜଣେ ଏଥିରେ ସଂକ୍ରମିତ ହେବା ପରେ ବୁଖାର, ଶରୀର ଯନ୍ତ୍ରଣା, ଆଖିରେ ଜ୍ୱଳନ, ଆଖି ଲାଲ, ଖାସ, ଗଳା ସଂକ୍ରମଣ ଆଦି ଲକ୍ଷଣ ଦେଖାଯାଇଥାଏ । ପାଖାପାଖି ଏକ ସପ୍ତାହ ମଧ୍ୟରେ ଶରୀରରେ ଲାଲ ଦାନା ଭଳି ଚିହ୍ନ ଦେଖାଦେଇଥାଏ ।
ରୁବେଲାର ଲକ୍ଷଣ ଏବଂ ଲକ୍ଷଣଗୁଡିକ ଲକ୍ଷ୍ୟ କରିବା କଷ୍ଟକର, ବିଶେଷତ ପିଲାମାନଙ୍କ ଠାରେ ଜୀବାଣୁ ସଂସ୍ପର୍ଶରେ ଆସିବା ପରେ ସାଧାରଣତ ଦୁଇରୁ ତିନି ସପ୍ତାହ ମଧ୍ୟରେ ଏହାର ଚିହ୍ନ ଏବଂ ଲକ୍ଷଣ ଦେଖାଯାଏ ସେଗୁଡିକ ସାଧାରଣତ :
ଅତ୍ୟଧିକ ଜ୍ୱର ହେବା ,ମୁଣ୍ଡବିନ୍ଧା ,ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା , ଆଖି ନାଲି ସହିତ କୁଞ୍ଚିନ ହୋଇଯିବା ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବା ଇତ୍ୟାଦି ।
ଏହି ଭାଇରସ ଦ୍ୱାରା ଜଣେ ସଂକ୍ରମିତ ହେବାର ୧୦ରୁ ୧୨ ଦିନ ମଧ୍ୟରେ ଲକ୍ଷଣ ଦେଖାଦେଥାଏ । ମିଳିମିଳା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଜଣଙ୍କୁ ସଂକ୍ରମଣ ହୋଇପାରେ । ଲକ୍ଷଣ ଦେଖାଦେବା ପରେ ବିଳମ୍ବ ନକରୀ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ ଓ ରକ୍ତ ପରୀକ୍ଷା କରାଇ ନିଅନ୍ତୁ । ଏଥିସହିତ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇବା ଦ୍ୱାରା ଏହି ରୋଗର ଆଶଙ୍କା ମଧ୍ୟ ରହିଥାଏ । ଟିକା ନେଇ ନଥିବା ଲୋକ ଓ ଗର୍ଭବତୀଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ଥାଏ ।
ମିଳିମିଳା-ମମ୍ପ୍ସ-ରୁବେଲା ଟିକା ସୁରକ୍ଷିତ ଏବଂ ରୁବେଲାକୁ ରୋକିବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ଟିକା ରୁବେଲା ଠାରୁ ଆଜୀବନ ସୁରକ୍ଷା ଯୋଗାଇଥାଏ । ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ଅନ୍ୟ ବିମାରୀ ହେବାର ଆଶଙ୍କା ବଢ଼ିଥାଏ ।
ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ରୁବେଲାରେ ଆକ୍ରାନ୍ତ ୨ ଜଣ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ରୁବେଲା ଭାଇରସ୍‌ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ଆସିଏମଆରକୁ ପଠାଯାଇଥିଲା। ଆଜି ଏହାର ରିପୋର୍ଟ ଆସିବା ସହ ସେଥିରୁ ୨ ଜଣ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡିଛି। ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ୨ ଶିଶୁ ରୁବେଲା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗାଁରେ ଡ଼ବ୍ଲୁ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛି। ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡ଼ିତ ହୋଇଥିଲେ ଶିଶୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking