31.1 C
Bhubaneswar
Sunday, May 19, 2024
Homeଖେଳବିଶ୍ୱକପ୍ ପୂର୍ବରୁ ରବି ଶାସ୍ତ୍ରୀଙ୍କ ବନ ବୟାନ; ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ ଦୁବେ-ଜୟୱାଲ୍‌

ବିଶ୍ୱକପ୍ ପୂର୍ବରୁ ରବି ଶାସ୍ତ୍ରୀଙ୍କ ବନ ବୟାନ; ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ ଦୁବେ-ଜୟୱାଲ୍‌

ନୂଆଦିଲ୍ଲୀ : ଆଗାମୀ ଟି-୨୦ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ । ଜୁନ୍‌ରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ୍ ପାଇଁ ହେବା ଥିବା ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍ ମଧ୍ୟ ଘୋଷିତ ହୋଇସାରିଛି । ଇତିମଧ୍ୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟିମ୍‌ର ଦୁଇ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଏହି ଦୁଇ ଖେଳାଳି ଶିଭମ୍ ଦୁବେ ଓ ଯଶସ୍ୱୀ ଜୟସ୍ୱାଲ୍ ଆଗାମୀ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପାଇଁ ଟ୍ରମ୍ପ୍ କାର୍ଡ ହୋଇପାରନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି । ଦୁବେ ସ ଜୟସ୍ୱାଲ୍‌ଙ୍କୁ ପ୍ରଥମ ଥର ପାଇଁ ବିଶ୍ୱକପ୍ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି । ରବି ଶାସ୍ତ୍ରୀ କହିଛନ୍ତି, ଶିଭମ୍ ଦୁବେଙ୍କ ବଡ଼ ଛକା ମାରିବା କ୍ଷମତା ଭାରତକୁ ବଡ଼ ସ୍କୋର୍ କରିବାରେ ସହାୟକ ହେବ । ଏହା ବ୍ୟତୀତ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଦୁବେଙ୍କ ଉପରେ ଭାରତର ସମସ୍ତ ଆଶା ରହିବ । ଦୁବେ ଓ ଜୟସ୍ୱାଲ୍ ଜୁନ୍‌ରେ ହେବାକୁ ଥିବା ବିଶ୍ୱକପ୍‌ରେ ପଦାର୍ପଣ କରିବେ । ଦୁହେଁ ବାମହାତୀ ବ୍ୟାଟର୍ ହୋଇଥିବା ବେଳେ ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଏବେ ଯୁବକ ଥିବାବେଳେ ବିନା ଭୟରେ ଖେଳୁଛନ୍ତି । ଚେନ୍ନାଇ ସୁପର୍ କିଙ୍ଗ୍‌ସ ପକ୍ଷରୁ ଚଳିତ ଆଇପିଏଲ୍ ସିଜନ୍‌ର ୧୧ ମ୍ୟାଚ୍‌ରେ ୧୭୦.୭୩ ଷ୍ଟ୍ରାଇକ୍ ରେଟ୍‌ରେ ୩୫୦ ରନ୍ କରିଥିବା ଦୁବେଙ୍କ ସମ୍ପର୍କରେ ପୂର୍ବତନ ମୁଖ୍ୟ କୋଚ୍ କହିଛନ୍ତି, ମଧ୍ୟକ୍ରମରେ ସେ ଉନ୍ନତନ ପ୍ରଦର୍ଶନ କରିବେ । ସେ ଆକ୍ରମଣାତ୍ମକ ବ୍ୟାଟର୍ ସହ ଜଣେ ମ୍ୟାଚ୍ ବିଜେତା । ସେ ମଜାରେ ଛକା ମାରିଥାନ୍ତି ଏବଂ ସ୍ପିନ୍ ବୋଲିଂକୁ ସୁନ୍ଦର ଭାବେ ଖେଳିଥାନ୍ତି । ଫାଷ୍ଟ୍ ବୋଲର୍‌ଙ୍କ ବିପକ୍ଷରେ ମଧ୍ୟ ସେ ବହୁ ପ୍ରଭାବୀ ବୋଲି ଶାସ୍ତ୍ରୀ କହିଛନ୍ତି । ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ୨୦ ଓଭର୍‌ରେ ଯଦି କେହି ଖେଳର ନକ୍ସା ବଦଳାଇ ପାରନ୍ତି, ସେ ହେଉଛନ୍ତି ଶିଭମ୍ ଦୁବେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୦୦ ପାଖାପାଖି ରହିଥିବା ବେଳେ ଏଥିରୁ ଭାରତକୁ ବହୁ ସହାୟତା ମିଳିବ ବୋଲି ଶାସ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking