31.1 C
Bhubaneswar
Monday, May 20, 2024
Homeଓଡିଶାଦାଦନ ମୃତ୍ୟୁ ମିଛ ନା ମନରେଗା ଦୁର୍ନୀତି ସତ ସ୍ପଷ୍ଟ କରନ୍ତୁ ସରକାର : ପ୍ରଦୀପ...

ଦାଦନ ମୃତ୍ୟୁ ମିଛ ନା ମନରେଗା ଦୁର୍ନୀତି ସତ ସ୍ପଷ୍ଟ କରନ୍ତୁ ସରକାର : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ପ୍ରେସମିଟରେ ବିଜେଡି ସରକାର ବିରୋଧରେ ବର୍ଷିଲା ବିଜେପି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରେସମିଟ୍ । ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି, ସରକାର ମୌନ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମମିତା ମେହେର ଘଟଣା ଦୋହଲାଇ ଦେବା ଭଳି , ଅତ୍ୟନ୍ତ ଲଜ୍ଜାଜନକ । ଘରୋଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଆଜି ଖବରକାଗଜରେ ବାହାରିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଠି ମହିଳା ଅସୁରକ୍ଷିତ ଓ ଦାଦନ ଅଧିକ । ୨୦୨୩ରେ ୪୦ ଦାଦନ ବିଭିନ୍ନ ରାଜ୍ୟକୁ ଯାଇ ପ୍ରାଣ ହରାଇଛନ୍ତି । ହିଞ୍ଜିଳିରେ ଦାଦନ ସଂଖ୍ୟା ବଢୁଛି, ଏହା କଣ ନବୀନ ବାବୁଙ୍କ ସଫଳତା । ମନରେଗାରେ ଯଦି କାମ ହେଉଛି, ଦାଦନ କାହିଁକି ଯାଉଛନ୍ତି । ଦାଦନ ମୃତ୍ୟୁ ମିଛ ନା ମନରେଗା ଦୁର୍ନୀତି ସତ ସ୍ପଷ୍ଟ କରନ୍ତୁ ସରକାର ବୋଲି କହିଛନ୍ତି ପ୍ରଦୀପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking