31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିଜେପିରେ ଶେଖର ସୁମନ, ରାଧିକା ଖେରା

ବିଜେପିରେ ଶେଖର ସୁମନ, ରାଧିକା ଖେରା

ନୂଆଦିଲ୍ଲୀ: ବେଶ୍ କିଛି ସମୟ ଧରି ବଲିଉଡ୍ ଜଗତ ଠାରୁ ଦୂରେଇ ରହିଥିବା ଶେଖର ସୁମନ୍‌, ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏଥିସହ ସେ ନିଜ ରାଜନୈତିକ କ୍ୟାରିଅରର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ଶେଖର ସୁମନ୍ କଂଗ୍ରେସ ପାର୍ଟିରେ ଯୋଗଦେଇଥିଲେ । ୨୦୦୯ ଲୋକସଭା ନିର୍ବାଚନ ସମୟରେ ଶେଖର ସୁମନ୍‌ଙ୍କୁ କଂଗ୍ରେସ ବିହାରର ପାଟନାସାହିବ୍ ଆସନରୁ ପ୍ରାର୍ôଥ କରିଥିଲା । ତେବେ ଏହି ସମୟରେ ବିଜେପିରେ ଥିବା ଅନ୍ୟତମ ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ଶେଖର ସୁମନ୍‌ଙ୍କୁ ପରାଜିତ କରିଥିଲେ । ସେବେଠାରୁ ରାଜନୀତି ଠାରୁ ଶେଖର ଦୂରେଇଯାଇଥିଲେ । ତେବେ ଆଜି ବିଜେପିରେ ଯୋଗଦେବା ପରେ ପରେ ନିଜ ପ୍ରତିକ୍ରିୟାରେ ଶେଖର ସୁମନ୍ କହିଛନ୍ତି, ସେ ପୁଣିଥରେ ରାଜନୀତିକୁ ଆସିବେ ବୋଲି କେବେ ଭାବିନଥିଲେ । ତେବେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଯେ, ତାଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶେଖର ସୁମନ୍‌ଙ୍କ ସହ ବିଜେପିରେ ଆଜି ରାଧିକା ଖେରା ମଧ୍ୟ ଯୋଗଦେଇଛନ୍ତି । ୩ ଦିନ ପୂର୍ବେ କଂଗ୍ରେସରେ ତାଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିଲେ ରାଧିକା । ଅଖିଳ ଭାରତୀୟ କଂଗ୍ରେସର ମୁଖପାତ୍ର ଭାବେ ନିଯୁକ୍ତ ଥିବା ରାଧିକା, ଇସ୍ତଫା ଦେବା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ତାଙ୍କୁ ଦଳରେ ଅସମ୍ମାନିତ କରାଯାଇଥିଲା, ଏନେଇ ସେ ବରିଷ୍ଠ ନେତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ରାଧିକା କହିଥିଲେ, ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ବି ତାଙ୍କୁ ବିରୋଧାଭାସର ସାମ୍ନା କରିବାକୁ ପଡିଛି । ଏହାର ମୁଖ୍ୟ କାରଣ ହେଉଛି, ସେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲେ ଏବଂ ରାମ ମନ୍ଦିର ଯାଇଥିଲେ । ଏହି କାରଣରୁ ତାଙ୍କୁ ଦଳରେ ଠିକ୍ ଭାବେ ବ୍ୟବହାର କରାଯାଉନଥିଲା । ତେବେ ଆଜି ବିଜେପିରେ ଯୋଗଦେବା ପରେ ରାଧିକା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜିର କଂଗ୍ରେସ ଆଉ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ହୋଇ ରହିନାହିଁ । ଆଜିର କଂଗ୍ରେସ ରାମ ବିରୋଧୀ, ହିନ୍ଦୁୂ ବିରୋଧୀ ପାଲଟିଯାଇଛି । ସୂଚନାଯୋଗ୍ୟ ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ଜାତୀୟ ସାଧାରଣ ସଚିବ ବିନୋଦ ତାୱଡେ ଏବଂ ଜାତୀୟ ମିଡିଆ ଡିପାର୍ଟମେଣ୍ଟ୍ ଇନ୍‌ଚାର୍ଜ ଅନୀଲ ବାଲୁନିଙ୍କ ଉପସ୍ଥିତିରେ ଉଭୟ ଶେଖର ସୁମନ୍ ଏବଂ ରାଧିକା ଖେରା ବିଜେପିରେ ଯୋଗଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking