31.1 C
Bhubaneswar
Sunday, May 19, 2024
Homeଖେଳଭୁବନେଶ୍ୱର ଫିଫା ବିଶ୍ୱକପ୍ କ୍ୟାମ୍ପ୍‌; ୧୫ ଜଣିଆ ଦ୍ୱିତୀୟ ସମ୍ଭାବ୍ୟ ଲିଷ୍ଟ୍ ଘୋଷିତ

ଭୁବନେଶ୍ୱର ଫିଫା ବିଶ୍ୱକପ୍ କ୍ୟାମ୍ପ୍‌; ୧୫ ଜଣିଆ ଦ୍ୱିତୀୟ ସମ୍ଭାବ୍ୟ ଲିଷ୍ଟ୍ ଘୋଷିତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ କ୍ୱାଲିଫିକେସନ୍ ରାଉଣ୍ଡ୍‌-୨ ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କ୍ୟାମ୍ପ୍ ପାଇଁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ମଙ୍ଗଳବାର ୧୫ ଜଣିଆ ଦ୍ୱିତୀୟ ସମ୍ଭାବ୍ୟ ଲିଷ୍ଟ୍ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଶନିବାର ୨୬ ଜଣିଆ ପ୍ରଥମ ଲିଷ୍ଟ ଘୋଷଣା ହୋଇଥିଲା । ପ୍ରଥମ ଲିଷ୍ଟ୍‌ରେ ଥିବା ଖେଳାଳି ଭୁବନେଶ୍ୱରରେ ମେ ୧୦ ତାରିଖରୁ ଟ୍ରେନିଂ ଆରମ୍ଭ କରିବେ । ମୁମ୍ବାଇ ସିଟି ଏଫ୍‌ସି ଓ ମୋହନ ବାଗାନ ଏସ୍‌ଜିର ଖେଳାଳିଙ୍କୁ ନେଇ ଗଠିତ ଦ୍ୱିତୀୟ ଲିଷ୍ଟ୍‌ର ଖେଳାଳିମାନେ ୧୫ ତାରିଖରେ କ୍ୟାମ୍ପ୍‌ରେ ଯୋଗଦେବେ । କ୍ୱାଲିଫିସେନ୍ ରାଉଣ୍ଡ୍‌-୨ର ଗ୍ରୁପ୍‌-ଏ’ରେ ବ୍ଲୁ ଟାଇଗର୍ସ ଜୁନ୍ ୬ ତାରିଖରେ କୋଲ୍‌କାତାରେ କୁଏତ୍‌କୁ ଭେଟିବ । ଏହାପରେ ଜୁନ୍ ୧୧ର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ପାଇଁ ଟିମ୍ କତାର୍ ଯାତ୍ରା କରିବ । ଭାରତ ଏବେ ଚାରିଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ରହିଛି । ଗ୍ରୁପ୍‌ର ଶୀର୍ଷ ଦୁଇଟି ଟିମ୍ ଫିଫା ବିଶ୍ୱକପ୍ କ୍ୱାଲିଫାର୍‌୍ ରାଉଣ୍ଡ୍‌-୩ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ସାଉଦି ଆରବରେ ହେବାକୁ ଥିବା ୨୦୨୭ ଏଏଫ୍‌ସି କପ୍ ପାଇଁ ସ୍ଥାନ ପକ୍କା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking