30.1 C
Bhubaneswar
Monday, May 20, 2024
Homeଓଡିଶା୩/୪ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା

୩/୪ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା

ଭୁବନେଶ୍ୱର: ଆସନ୍ତା ୩-୪ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ଏ ଆସନ୍ତାକାଲି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା । ୯ ତାରିଖରେ ମଧ୍ୟ ରହିବ କାଳବୈଶାଖୀ ପ୍ରଭାବ । ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । କାଳବୈଶାଖୀର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ପାଗ ପରିବର୍ତ୍ତନ ହୋଇଛି । ସକାଳେ ସକାଳେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ପରେ କିଛି ସ୍ଥାନରେ ପ୍ରବଳ ବର୍ଷିଥିଲା । ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା । ଆଜି ପ୍ରାୟତଃ ଦିନ ତମାମ ପାଗ କାଉଁଳିଆ ରହିଥିଲା । ଏମିତି ପାଗ ଆଗକୁ ଲାଗି ରହିବ ବୋଲି ଜଣାପଡ଼ିଛି । ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ପାରଦ ଖସିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପ୍ ଲାଇନ୍ ଲମ୍ବିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ଖରା ତାତି ଓ ଅହସ୍ୟ ଗରମରୁ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟରେ ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସିଛି । ବଲାଙ୍ଗିର ଓ ଟିଟିଲାଗଡ଼ରେ ଦିନର ତାପମାତ୍ରରେ ସର୍ବାଧିକ ୧୦ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking