30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଗାଜା ଯୁଦ୍ଧ କଭରେଜ୍ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ପୁଲିତଜର ଆୱାର୍ଡ

ଗାଜା ଯୁଦ୍ଧ କଭରେଜ୍ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ପୁଲିତଜର ଆୱାର୍ଡ

ନ୍ୟୁୟର୍କ: ଇସ୍ରାଏଲ ସେନା ପକ୍ଷରୁ ଗାଜା ଷ୍ଟ୍ରିପ୍‌ରେ କରାଯାଉଥିବା ଘନଘନ ଆକ୍ରମଣ ମଧ୍ୟରେ ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସ ଭଳି ସମ୍ବାଦବରାହ ସଂସ୍ଥା ସେମାନଙ୍କ କାର୍ଯ୍ୟକୁ ବେଶ୍ ସାହସିକତାର ସହ ପ୍ରଦର୍ଶନ କରିଛନ୍ତି । ଯୁଦ୍ଧ ଓ ଆକ୍ରମଣର ପ୍ରତ୍ୟେକଟି ଘଟଣାକୁ ନିରବଚ୍ଛିନ୍ନ ଭାବେ ଏହି ଦୁଇ ନ୍ୟୁଜ୍ ସଂସ୍ଥା ପ୍ରଦର୍ଶିତ ତଥା ପ୍ରକାଶ କରିଆସିଛନ୍ତି । ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏପ୍ରକାର ସାହସିକତାପୂର୍ଣ୍ଣ ସାମ୍ବାଦିକତା କାର୍ଯ୍ୟକୁ ଦୃଷ୍ଟିରେ ରଖି ଉଭୟ ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସକୁ କ୍ରିଏଟିଭିଟି କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଭାବେ ବିବେଚିତ ହୋଇଆସୁଥିବା ପୁଲିତ୍‌ଜର ଆୱାଡ୍‌ର୍ରେ ସମ୍ମାନିତ କରାଯାଇଛି । ପ୍ରକାଶ, ସୋମବାର ଦିନ ଆୟୋଜି ପୁଲିତଜର ପୁରସ୍କାର ସମ୍ମାନ ସମାରୋହରେ ଗାଜା ଯୁଦ୍ଧକୁ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କରାଯାଇଥିଲା । ଅକ୍ଟୋବର ୭ ରେ ଦକ୍ଷିଣ ଇସ୍ରାଏଲରେ ହମାସର ମାରାତ୍ମକ ଆକ୍ରମଣର ବ୍ୟାପକ ତଥା ପ୍ରକାଶିତ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ ଅନ୍ତର୍ଜାତୀୟ ରିପୋର୍ଟରେ ଏକ ପୁଲିତଜର ପୁରସ୍କାର ଜିତିଥିଲା ଏବଂ ଇସ୍ରାଏଲ ସୈନ୍ୟବାହିନୀର ଘୋର ପ୍ରତିକ୍ରିୟା ବିଷୟରେ ରିପୋର୍ଟ କରିଥିଲା । ସୂଚନାଯୋଗ୍ୟ, ଏହି ସମୟରେ, ଅକ୍ଟୋବର ୭ ଆକ୍ରମଣର ‘ର’ ଆଣ୍ଡ ଅର୍ଜେଣ୍ଟ’ କଭରେଜ୍ ପାଇଁ ବ୍ରେକିଂ ନ୍ୟୁଜ୍ ଫଟୋଗ୍ରାଫି ପାଇଁ ରଏଟର୍ସ ଏହି ପୁରସ୍କାର ଜିତିଥିବାବେଳେ ଗାଜାରେ ହୋଇଥିବା ଯୁଦ୍ଧକୁ ନେଇ ଏକ ସାମ୍ବାଦିକ ତଥା ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking