30.1 C
Bhubaneswar
Monday, May 20, 2024
Homeଓଡିଶାଚେକିଂ ବେଳେ କାରରୁ ମିଳିଲା ୫ ଲକ୍ଷ

ଚେକିଂ ବେଳେ କାରରୁ ମିଳିଲା ୫ ଲକ୍ଷ

ବଲାଙ୍ଗିର: ଚେକିଂ ବେଳେ କାର ଭିତରୁ ମିଳିଲା ୫ ଲକ୍ଷ ଟଙ୍କା । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ଏହି ଟଙ୍କା ଜବତ କରିଛି । ପୁଲିସ ଏହି ଟଙ୍କାକୁ ଫ୍ଲାଇଂ ସ୍କ୍ୱାଡକୁ ହସ୍ତାନ୍ତର କରିଛି । ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି । ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରେ ଚେକି ଚାଲିଥିବା ବେଳେ ପୁଲିସ ଏକ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ କାର୍ ଥିବା ଚାଳକ ସନ୍ତୋଜନକ ଉତ୍ତର ଦେଇ ପାରି ନଥିଲେ । ପରେ ପୁଲିସର ସନ୍ଦେହ ବଢ଼ିଥିଲା । ପୁଲିସ ଟଙ୍କାକୁ ଜବତ କରି ଫ୍ଲାଇଂ ସ୍କ୍ୱାଡକୁ ହସ୍ତାନ୍ତର କରିବା ସହ ତନାଘନା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking