37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପତ୍ନୀଙ୍କ ମୃତ୍ୟୁ ପରେ ବାପା ଝିଅ ସହ ଯାହା କରୁଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ପତ୍ନୀଙ୍କ ମୃତ୍ୟୁ ପରେ ବାପା ଝିଅ ସହ ଯାହା କରୁଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ବାପାମା’ ପିଲାଙ୍କ ସୁରକ୍ଷା କବଚ ପାଲଟି ଥାଆନ୍ତି । ସେମାନଙ୍କ ଉପରେ ପିଲାମାନେ ଆଖିବୁଜି ବିଶ୍ୱାସ କରିଥାନ୍ତି । ମାତ୍ର ଯେତେବେଳେ ରକ୍ଷକ ହିଁ ଭକ୍ଷକ ସାଜିବେ ସେତେବେଳେ କୁନି କୁନି ଶିଶୁ କୁଆଡ଼େ ଯିବେ । କାହା ପାଖରୁ ସ୍ନେହ, ଭଲ ପାଇବା ଓ ସୁରକ୍ଷା ଆଶା କରିବେ । ପତ୍ନୀଙ୍କ ମୃତ୍ୟୁ ପରେ ନିଜ ୧୧ ବର୍ଷୀୟା ଝିଅକୁ ହିଁ ପାଶବିକ ଅତ୍ୟାଚାରର ଶିକାର କରିଥିବା ଜଣେ ପିତାଙ୍କୁ ମିଳିଛି ଆଜୀବନ କାରାଦଣ୍ଡ । ଦିଲ୍ଲୀର ଏକ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।

ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି କହିଛନ୍ତି, ନିଜ ମା’କୁ ହରାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଉକ୍ତ ସମୟରେ ସେ ନିଜ ପିତାଙ୍କ ନିକଟରୁ ସ୍ନେହ ଓ ଭଲ ପାଇବା ଆଶା କରିଥିବା ବେଳେ ପିତା କିନ୍ତୁ ପଶୁ ପାଲଟି ଯାଇଥିଲେ । ଆଉ ନିଜ ଝିଅ ଉପରେ ହିଁ ଲୋଲୁପ ଦୃଷ୍ଟି ପକାଇ ତାକୁ ଜୋରଜବରଦସ୍ତି ବଳାତ୍କାର କରିଥିଲେ ।

ଏହାଦ୍ୱାରା ବ୍ୟକ୍ତିଜଣକ ନିଜ ଝିଅର ବିଶ୍ୱାସ ସହ ଖେଳିଥିବା ବେଳେ ସାମାଜିକ ମୂଲ୍ୟବୋଧକୁ ହ୍ରାସ କରିଛନ୍ତି । ଏପରି ସାଂଘାତିକ ଝଟକା ପାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି । ତେଣୁ ପୀଡ଼ିତାଙ୍କ ଥଇଥାନ ନିମନ୍ତେ ୧୨ ଲକ୍ଷ ଟଙ୍କା ଦେବାକୁ ବିଚାରପତି ରାୟ ଦେଇଛନ୍ତି । ଏଥିସହ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଅବଶିଷ୍ଟ ଜୀବନ ଜେଲ୍‌?ରେ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking