37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଏତିକି କର୍ମଚାରୀଙ୍କ ଛଟେଇ କଲା ଗୁଗଲ୍‌

ଏତିକି କର୍ମଚାରୀଙ୍କ ଛଟେଇ କଲା ଗୁଗଲ୍‌

ନୂଆଦିଲ୍ଲୀ: କୋର୍ ଟିମରୁ ଅତି କମରେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି ଗୁଗଲ୍ । ଏପ୍ରିଲ୍ ୨୫ରେ ପ୍ରଥମ ତ୍ରୟମାସିକ ଆୟ ରିପୋର୍ଟ ଆସିବା ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି କମ୍ପାନୀ । ରିପୋର୍ଟ ଅନୁସାରେ, କମ୍ପାନୀ ଆଗକୁ ଭାରତ ଓ ମେକ୍ସିକୋକୁ ଚାକିରି ସ୍ଥାନାନ୍ତର କରିବ । କୋର୍ ଟିମରୁ କର୍ମଚାରୀ ଛଟେଇ ପୂର୍ବରୁ ଗୁଗଲ୍ ଫ୍ଲଟର, ଡାର୍ଟ ଏବଂ ପାଇଥନ୍ ଟିମରୁ କର୍ମଚାରୀ ଛଟେଇ କରିଥିଲା । ଏହି କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ୫୦ ଜଣ ସନ୍ନିଭାଲେ ଓ କାଲିଫୋର୍ନିଆ କମ୍ପାନୀର ଇଞ୍ଜିନିଅର ପଦବୀରେ ଥିଲେ । ଗୁଗଲ୍ ଡେଭଲପର୍ ଇକୋସିଷ୍ଟମର ଉପାଧ୍ୟକ୍ଷ ଅସୀମ ହୁସେନ୍ ଗତ ସପ୍ତାହରେ ଛଟେଇ ନେଇ ଘୋଷଣା କରିଥିଲେ ।

ଚଳିତ ବର୍ଷ ତାଙ୍କ ଟିମ୍ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଥିବା କହିଥିଲେ । ଏହାର କିଛି ଦିନ ପରେ ଇମେଲ୍ ପଠାଇ ଛଟେଇ କରିଛନ୍ତି । ଗୁଗଲର ୱେବସାଇଟ୍ ଅନୁଯାୟୀ, କୋର୍ ଟିମ୍ କମ୍ପାନୀର ଫ୍ଲାଗସିପ୍ ପ୍ରଡକ୍ଟ ପଛରେ ବୈଷୟିକ ଭିତ୍ତିଭୂମି ନିର୍ମାଣ କରନ୍ତି । ଏହି ଟିମର କର୍ମଚାରୀ କମ୍ପାନୀର ଡିଜାଇନ୍ ଏଲିମେଣ୍ଟସ, ଡେଭଲୋପର ପ୍ଲାଟଫର୍ମ, ପ୍ରଡକ୍ଟ କମ୍ପୋନେଣ୍ଟସ କାର୍ଯ୍ୟ କରନ୍ତି । ଚଳିତ ବର୍ଷ ଟେସଲା ମଧ୍ୟ ହଜାର ହଜାର କର୍ମଚାରୀଙ୍କ ଛଟେଇ ପାଇଁ ଯୋଜନା କରୁଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଚାହିଦା ଓ ଲାଭ ହ୍ରାସ କାରଣରୁ ଟେସଲା ଟେକ୍ସାସ୍ ଏବଂ କାଲିଫୋର୍ନିଆରେ ୬,୦୨୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking