37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର; ଖୋଜିଦିଅନ୍ତୁ ବର.... ମିଳିବ ୩ ଲକ୍ଷ ଟଙ୍କା

ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର; ଖୋଜିଦିଅନ୍ତୁ ବର…. ମିଳିବ ୩ ଲକ୍ଷ ଟଙ୍କା

ବ୍ୟୁରୋ: ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର । ଖୋଜିଦିଅନ୍ତୁ ବର… ମିଳିବ ୩ ଲକ୍ଷ ଟଙ୍କା । ୨୦୦ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାରରେ ନିଜ ଝିଅକୁ ବିବାହ କରାଇବାକୁ ଏପରି ଅଫର ରଖିଛନ୍ତି ଜଣେ ବାପା । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି, ଏନେଇ ମିଶିକା ରଣା ନାମକ ଜଣେ ୟୁଜର୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ମିଶିକା ଲେଖିଛନ୍ତି, ମୋର ଜଣେ ବନ୍ଧୁଙ୍କ ବାପା ୨୦୦କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାରରେ ତାଙ୍କ ଝିଅର ବାହାଘର କରିବାକୁ ଇଚ୍ଛୁକ ଅଛନ୍ତି । ଏଥିପାଇଁ ସେ ଏକ ଧନୀ ପରିବାର ଖୋଜୁଛନ୍ତି । ପ୍ରସ୍ତାବ ଖୋଜିବା ପାଇଁ ଏକ ବାହାଘର ଏଜେନ୍ସିକୁ ୩ଲକ୍ଷ ଟଙ୍କା ଫିସ୍ ଦେଇଛନ୍ତି ।

ଭଲ ବରପାତ୍ର ମିଳିବାକୁ ସେ ଅପେକ୍ଷା କରିଛନ୍ତି । ଭଲ ବରପାତ୍ର ମିଳିଲେ ମୋ ସାଙ୍ଗର ବାହାଘର ହେବ । ହେଲେ ମାତ୍ର ମିଶିକା ତାଙ୍କ ସାଙ୍ଗଙ୍କ ନାଁ କିମ୍ୱା ଠିକଣା ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ଯାହାକୁ ନେଇ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି । ମିଶିକାଙ୍କ ଏହି ପୋଷ୍ଟରେ ବହୁ ପ୍ରଶ୍ନ ମଧ୍ୟ ଆସିଛି । ଜଣେ ୟୁଜର କମେଣ୍ଟରେ ପ୍ରଶ୍ନ କରିଛନ୍ତି, ତାଙ୍କୁ କୌଣସି ପ୍ରସ୍ତାବ ମିଳିଲା? ଏହି ପ୍ରଶ୍ନର ଉତ୍ତରରେ ମିଶିକା କହିଛନ୍ତି ଯେ, ତାଙ୍କ ପରିବାର ଲୋକ ଏଯାଏ ୮୦ରୁ ଅଧିକ ପ୍ରସ୍ତାବକୁ ରିଜେକ୍ଟ କରିସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking