32.1 C
Bhubaneswar
Sunday, May 19, 2024
Homeଓଡିଶା୩୫ ମାଓବାଦୀଙ୍କ ଆତ୍ମସମର୍ପଣ

୩୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ  ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସ ନିକଟରେ ୩୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ଦୀର୍ଘବର୍ଷ ଧରି ମାଓ ସଂଗଠନରେ ଏହି ମାଓବାଦୀ ମାନେ କାର୍ୟ୍ୟ କରି ଆସୁଥିବା ବେଳେ ଏମାନେ ସଙ୍ଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
ସୂଚନା ଅନୁଯାୟୀ ଆଜି ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ଏହି ମାଓବାଦୀମାନେ ସଂଗଠନରେ ହେଉଥିବା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ଏବଂ ବଡ଼ କ୍ୟାଡ଼ର ମାଓବାଦୀଙ୍କ ଦ୍ଵାରା ଅନ୍ୟ ମାଓବାଦୀଙ୍କୁ ନିର୍ୟାତନା ଯୋଗୁଁ ସଂଗଠନ ଛାଡିଥିବା କହିଛନ୍ତି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ମାଓବାଦୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking