35.1 C
Bhubaneswar
Sunday, June 2, 2024
Homeଦେଶ ବିଦେଶପ୍ରଜ୍ଜ୍ୱଳଙ୍କ ପେନ୍‌ଡ୍ରାଇଭ୍ କେଳେଙ୍କାରୀ ପଛରେ ଶିବକୁମାର !

ପ୍ରଜ୍ଜ୍ୱଳଙ୍କ ପେନ୍‌ଡ୍ରାଇଭ୍ କେଳେଙ୍କାରୀ ପଛରେ ଶିବକୁମାର !

ବେଙ୍ଗାଲୁରୁ: ମହିଳା ସହାୟିକାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ କଂଗ୍ରେସ ନେତା ଡିକେ ଶିବକୁମାର କୁଆଡେ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ପାଇଁ ଏବଂ ବିଜେପିକୁ ବଦନାମ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୦୦ କୋଟି ଟଙ୍କାର ଅଫର ଦେଇଥିଲେ ବୋଲି ଏବେ ଜଣାପଡିଛି । ବାସ୍ତବରେ ବିଜେପି ନେତା ଜି ଦେବରାଜେ ଗୌଡା, ଡିକେ ଶିବକୁମାରଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । କର୍ଣ୍ଣାଟକରେ ଏବେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିବା ଡିକେ ଶିବକୁମାର ଏବଂ ପ୍ରଦେଶ କଂଗ୍ରେସ ଅନ୍ୟ ୩ ବରିଷ୍ଠ ନେତାମାନେ ତାଙ୍କୁ ମିଳିତ ଭାବେ ୧୦୦ କୋଟି ଟଙ୍କାର ଅଫର ଦେଇଥିଲେ ଏବଂ ପ୍ରଜ୍ଜ୍ୱଳଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିବାକୁ ପ୍ରବର୍ତ୍ତାଇଥିଲେ ବୋଲି ଦେବରାଜେ କହିଛନ୍ତି । ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ, ବିଜେପି ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିଲା ବୋଲି ଦେବରାଜେ କହିଛନ୍ତି । ଦେବରାଜେଙ୍କ କହିବାନୁସାରେ ଡିକେ ଶିବକୁମାରଙ୍କ ସହ ଆସିଥିବା ଅନ୍ୟ ୩ ମନ୍ତ୍ରୀ ହେଲେ ଏନ୍ ଚାଲୁଭାରାୟାସ୍ୱାମୀ, କ୍ରିଷ୍ଣା ବାୟରେ ଗୌଡା ଏବଂ ପ୍ରିୟଙ୍କ ଖର୍ଗେ । ତେବେ ଦେବରାଜେଙ୍କ ଏପ୍ରକାର ବିବୃତ୍ତି ପରେ ଏବେ କର୍ଣ୍ଣାଟକ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସେହିପରି ପ୍ରଜ୍ଜ୍ୱଳଙ୍କ ପେନ୍‌ଡ୍ରାଇଭ୍‌ଜନିତ ମାମଲାର ତଦନ୍ତ ଦିଗ ମଧ୍ୟ ଏବେ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଦେବରାଜଙ୍କ ବୟାନ୍ ପରେ ଏବେ ଡିକେ ଶିବକୁମାର ଏବଂ ବାକି ୩ ମନ୍ତ୍ରୀ ଏବେ ତଦନ୍ତ ପରିସରକୁ ଚାଲିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking