31.1 C
Bhubaneswar
Sunday, May 19, 2024
Homeଅପରାଧପତ୍ନୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ

ପତ୍ନୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲେ ସ୍ୱାମୀ

ଲକ୍ଷ୍ନୌ: ନିଶାସକ୍ତ ସ୍ୱାମୀଙ୍କ ଅମାନୁଷିକ କାଣ୍ଡ । ପତ୍ନୀଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର କର୍ଣ୍ଣଲଗଞ୍ଜ ଅଞ୍ଚଳରେ । ଏନେଇ ପୀଡିତା ପତ୍ନୀ ଜଣକ ନିଜ ମାଆଙ୍କ ସହ ଥାନା ପହଞ୍ଚି ଅଭିଯୋଗ କରିବା ସହ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଗାୟତ୍ରୀ ନାମକ ଜଣେ ମହିଳା ଉତ୍ତରପ୍ରଦେଶ ରାଜ୍ୟର କର୍ଣ୍ଣଲଗଞ୍ଜ କୋତୱାଲି ଅନ୍ତର୍ଗତ ଅତରସୁଇୟା ଗାଁର ସଞ୍ଜୟଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ । ସଞ୍ଜୟ ପ୍ରତିଦିନ ମଦ୍ୟପାନ କରିବା ସହ ନିଶାସକ୍ତ ଅବସ୍ଥାରେ ତାଙ୍କ ପତ୍ନୀ ଗାୟତ୍ରୀଙ୍କୁ ମାରପିଟ କରିଥାନ୍ତି । ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ହେବ ଗାୟତ୍ରୀ ନିଜ ବାପଘରେ ରହୁଥିଲେ । ତାଙ୍କର ୩ଟି ପିଲା ରହିଥିବା ବେଳେ ସେମାନଙ୍କୁ ନିଜ ପାଖରେ ରଖିଥିଲା ସଞ୍ଜୟ ।

ଗାୟତ୍ରୀ ନିଜ ଶାଶୁ ଘର ଅତରସୁଇୟା ଗାଁକୁ ଯାଇଥିବା ବେଳେ ସେହି ସମୟରେ ଦୁହିଁଜଣଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । ଏହି ସମୟରେ କ୍ରୋଧାନ୍ୱିତ ହୋଇ ସଞ୍ଜୟ ଗାୟତ୍ରୀଙ୍କ ନାକକୁ ଦାନ୍ତରେ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଗାୟତ୍ରୀ ଜୋରରେ ଚିତ୍କାର କରିବାରୁ ଏହା ଶୁଣି ପାଖଆଖରେ ଥିବା ଲୋକେ ଆସି ଗାୟତ୍ରୀଙ୍କୁ ବଞ୍ଚାଇଥିଲେ । ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଗାୟତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ଏନେଇ ସ୍ଥାନୀୟ କର୍ଣ୍ଣଲଗଞ୍ଜ ଥାନାରେ ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ନିଜ ପିଲାମାନଙ୍କୁ ଫେରାଇଦେବା ସହ ସ୍ୱାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗାୟତ୍ରୀ । ସେ କହିଛନ୍ତି, ମୋ ସହ ଯେଭଳି ହୋଇଛି ତାଙ୍କ ସହ ମଧ୍ୟ ସେଭଳି କରାଯାଉ । ସ୍ୱାମୀଙ୍କ ନାକ କାଟି ଦିଆଯାଉ ବୋଲି କହିଛନ୍ତି ଗାୟତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking