32.1 C
Bhubaneswar
Friday, April 26, 2024
Homeଖେଳଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନରେ ମନ୍ଧାନା

ଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନରେ ମନ୍ଧାନା

ଦୁବାଇ: ବର୍ମିଂହାମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ଭାରତର ଷ୍ଟାର୍ ଓପ୍ନର୍ ସ୍ମୃତି ମନ୍ଧାନା ମଙ୍ଗଳବାର ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ର‌୍ୟାଙ୍କିଙ୍ଗ୍ ବ୍ୟାଟିଂ ସୂଚୀରେ କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌ଙ୍କୁ ହଟାଇ ତୃତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ବେଥ୍ ମୁନୀଙ୍କଠାରୁ ଦୁଇଟି ରେଟିଂ ପଏଣ୍ଟ୍ ପଛରେ ରହିଛନ୍ତି । ମୁନୀ ୭୦୭ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗତ ସପ୍ତାହରେ ଶୀର୍ଷ ସ୍ଥାନକୁ ଫେରିଥିବା ତାଙ୍କ ଟିମ୍‌ର ସାଥୀ ଖେଳାଳି ମେଗ୍ ଲାନିଙ୍ଗ୍ ନମ୍ବର-୧ରେ କାଏମ ରହିଛନ୍ତି ।

ଦିନିକିଆରେ ପୂର୍ବତନ ଶୀର୍ଷ ର‌୍ୟାଙ୍କ୍‌ର ଖେଳାଳି ବାମହାତୀ ବ୍ୟାଟର୍ ମନ୍ଧାନା ପୂର୍ବରୁ ମଧ୍ୟ ଟି-୨୦ ର‌୍ୟାଙ୍କିଙ୍ଗ୍‌ର ତୃତୀୟ ସ୍ଥାନରେ ରହିଥିଲେ । ପ୍ରଥମ ଥର ପାଇଁ ୨୦୧୯ରେ ଏବଂ ଶେଷଥର ପାଇଁ ଗତବର୍ଷ ଅକ୍ଟୋବରରେ ସେ ଏହି ସ୍ଥାନ ହାସଲ କରିଥିଲେ । ଇତିମଧ୍ୟରେ ସାଉଥ୍ ଆଫ୍ରିକା ବିପକ୍ଷରେ ଅପରାଜିତ ୯୨ ରନ୍ କରିଥିବା ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଦୁଇଟି ସ୍ଥାନର ଉନ୍ନତି ସହ ଷଷ୍ଠରେ ପହଞ୍ଚିଛନ୍ତି । ଅନ୍ୟ ବ୍ୟାଟର୍‌ଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ତାହଲିଆ ମ୍ୟାକ୍‌ଗ୍ରାଥ୍ (୧୨ଶ), ଭାରତର ହରମନ୍‌ପ୍ରୀତ୍ କୌର୍ (୧୪ତମ), ପାକିସ୍ତାନର ନିଦା ଦର (୪୦ତମ) ଏବଂ ସାଉଥ୍ ଆଫ୍ରିକାର ଚ୍ଲୋଏ ଟ୍ରାଅନ୍ (୪୭ତମ) ମଧ୍ୟ ର‌୍ୟାଙ୍କିଙ୍ଗ୍‌ରେ ଅଗ୍ରଗତି କରିଛନ୍ତି ।

ସେହିପରି ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର୍ ଆସ୍‌ଲେ ଗାର୍ଡନର୍ ତିନୋଟି ଯାକ ବିଭାଗରେ ଉନ୍ନତି ଲାଭ କରିଛନ୍ତି । ବ୍ୟାଟର୍ ତାଲିକାରେ ସେ ପାଞ୍ଚଟି ସ୍ଥାନର ଉନ୍ନତି ସହ ୧୧ଶରେ ପହଞ୍ଚିଥିବା ବେଳେ ବୋଲିଂ ସୂଚୀରେ ସେ ୪୫ରୁ ଉଠି ୨୬ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଅଲ୍‌ରାଉଣ୍ଡର୍ ସୂଚୀରେ କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନକୁ ଉଠିଛନ୍ତି । ବୋଲିଂରେ ଅଷ୍ଟ୍ରେଲିଆର ବାମହାତୀ ସ୍ପିନର୍ ଜେସ୍ ଜୋନାସେନ୍ ଦୁଇଟି ସ୍ଥାନର ଉନ୍ନତି ସହ ଚତୁର୍ଥରେ ପହଞ୍ଚିଥିବା ବେଳେ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ଏହି ସୂଚୀର ଶୀର୍ଷରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟର୍ ଶ୍ରେଷ୍ଠ (୪/୧୮) ପ୍ରଦର୍ଶନ କରିଥିବା ଭାରତର ରେଣୁକା ସିଂହ ୪୮ ସ୍ଥାନର ଜୋରଦାର ଲମ୍ଫ ପ୍ରଦାନ କରି ୪୯ତମ ସ୍ଥାନରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking