34.1 C
Bhubaneswar
Thursday, April 25, 2024
Homeଖେଳସେପ୍ଟେମ୍ବରରେ ଇଂଲଣ୍ଡର ପାକ୍ ଗସ୍ତ

ସେପ୍ଟେମ୍ବରରେ ଇଂଲଣ୍ଡର ପାକ୍ ଗସ୍ତ

ଲାହୋର: ଇଂଲଣ୍ଡ କ୍ରିକେଟ୍ ଟିମ୍ ଦୀର୍ଘ ୧୭ ବର୍ଷ ପରେ ସେପ୍ଟେମ୍ବରରେ ପାକିସ୍ତାନ ଗସ୍ତ କରିବ । ଏହି ଗସ୍ତରେ ଇଂଲଣ୍ଡ ଟିମ୍ ଦୁଇଟି ପର୍ଯ୍ୟାୟରେ ପାକିସ୍ତାନ ସହ ୭ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବ । ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତବର୍ଷ ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ ଅଧାରୁ ଫେରିଯିବା ପରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତରୁ ଓହରି ଯାଇଥିଲା ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଟି-୨୦ ସିରିଜ୍ କରାଚି ଏବଂ ଲାହୋରେ ଖେଳାଯିବ । ସିରିଜ୍ କରାଚିରେ ସେପ୍ଟେମ୍ବର ୨୦ ତାରିଖରେ ଆରମ୍ଭ ହେବ ଏବଂ ଏହି ଭେନ୍ୟୁରେ ପ୍ରଥମ ଚାରିଟି ମ୍ୟାଚ୍ ଖେଳାଯିବ । ବାକି ତିନିଟି ମ୍ୟାଚ୍ ଲାହୋରରେ ଆୟୋଜିତ ହେବ । ଅଷ୍ଟ୍ରେଲିଆରେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଫେରିବ ବୋଲି ପିସିବି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ଏହି ସିରିଜ୍‌ର କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking